www.samajalive.in
Saturday, December 6, 2025
17.1 C
Bhubaneswar

ଜେଲ୍‌ ଗଲେ ଏସ୍‌ଆଇ ଅମିତ

ଜଗତସିଂହପୁର : ଜଗତସିଂହପୁର ଥାନା ଅଧୀନ ଖଇରଙ୍ଗ ଅଞ୍ଚଳର ଜଣେ ନାବାଳିକାକୁ ଫେସବୁକରୁ ପ୍ରେମ, ପରେ ବିବାହ ଓ ଶେଷରେ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇ ଆଳିପିଙ୍ଗଳ ଜେଲ ଯାଇଛନ୍ତି ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢ଼ୀ। ମାମଲା ରୁଜୁ ପରେ ସେ ୪ମାସ ହେଲା ପୁଲିସକୁ ଚକମା ଦେଖାଇ ଖସି ଯାଉଥିଲେ। ଜଗତସିଂହପୁର ପୁଲିସ ମଙ୍ଗଳବାର ବିଶାଖାପାଟଣାରୁ ଅମିତଙ୍କୁ ଗିରଫ କରିଥିଲା।
ଖଇରଙ୍ଗ ଅଞ୍ଚଳର ଜଣେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା ଫେସ୍‌ବୁକରେ ବାଲିଆପାଳ ଥାନା ରତେଇ ଗ୍ରାମର ଅମିତଙ୍କ ସହ ପରିଚୟ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ପ୍ରଥମେ ସେମାନେ ମନ୍ଦିରରେ ବିବାହ କରିଥିଲେ। ପରେ ପରିବାର ଲୋକଙ୍କ ସହମତିରେ ଏକ ହୋଟେଲରେ ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ବିବାହ ପରେ ନାବାଳିକାକୁ ଶାଶୂଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ବାପଘରେ ଆଣି ଛାଡ଼ି ଦେଇଥିଲେ। ଗତ ଅପ୍ରେଲ ୨୩ ତାରିଖରେ ନାବାଳିକାର ମା’ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଅମିତ ପୁରୀରେ କାର୍ଯ୍ୟରତ ଥିବା ଯୋଗୁଁ ଜଗତସିଂହପୁର ପୁଲିସ ପୁରୀ ଯାଇ ତଦନ୍ତ କରିଥିଲା। ଜଗତସିଂହପୁର ପୁଲିସ ଠାରୁ ସୂଚନା ପାଇ ପୁରୀ ଆରକ୍ଷୀ ଅଧୀକ୍ଷକ ଅଭିଯୁକ୍ତ ଏସଆଇ ଅମିତଙ୍କୁ ଗତ ମେ ମାସରେ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଅଭିଯୁକ୍ତ ପୁଲିସ ଚାକିରି କରିଥିବାରୁ ଜଗତସିଂହପୁର ପୁଲିସ ଜାଣିଶୁଣି ଗିରଫ କରୁନଥିବା ନାବାଳିକାର ମାଆ ଅଭିଯୋଗ କରିଥିଲେ।
ଅନ୍ୟପଟେ ଅମିତଙ୍କ ପରିବାର ଲୋକେ ଏକ ଜାଲ ଆଧାର କାର୍ଡ ଦେଖାଇ ଅଦାଲତରୁ ଜାମିନ ପାଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଅମିତ ନାମରେ ୱାରେଣ୍ଟ ଜାରି ହୋଇଥିଲା। ନାବାଳିକାର ମାଆ ବାରମ୍ବାର ଅଭିଯୋଗ କରିବା ପରେ ତଦନ୍ତକାରୀ ପୁଲିସ ଅଧିକାରୀ ନାବାଳିକାକୁ ଫୋନ କରି ତା’ ମାଆ ନାମରେ ମାମଲା କରିବାର ଧମକ ଦେଇଥିଲେ।
ମାମଲାକୁ ନେଇ ବିବାଦ ବଢ଼ିବା ପରେ ବାଧ୍ୟହୋଇ ପୁଲିସର ଏକ ଟିମ ଅମିତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ମୋବାଇଲ ଫୋନ ଟ୍ରାକିଂ କରି ମଙ୍ଗଳବାର ପୁଲିସ ବିଶାଖାପାଟଣାରୁ ଅମିତଙ୍କୁ ଗିରଫ କରି ବୁଧବାର ଜଗତସିଂହପୁର ଥାନାରେ ହାଜର କରାଇଥିଲା। ଅମିତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଅପରାହ୍ଣରେ ତାଙ୍କୁ ସ୍ୱତନ୍ତ୍ର ପକ୍ସୋ ଅଦାଲତ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅମିତଙ୍କୁ ଆଳିପିଙ୍ଗଳ ଜେଲ ପଠାଇ ଦିଆଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories