www.samajalive.in
Saturday, December 6, 2025
15.1 C
Bhubaneswar

‘ଭୋଟ୍‌ ଚୋରି’ ପ୍ରସଙ୍ଗ: ସେପ୍ଟେମ୍ବର ୪ରେ ସିଇଓଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର : ‘ଭୋଟ୍‌ ଚୋରି’ ପ୍ରସଙ୍ଗରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କରିଥିବା ପର୍ଦାଫାସ୍‌କୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନିଆଯିବ। ସେପ୍ଟେମ୍ବର ୪ରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ଘେରଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଦଳର ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ। ଏଥିରେ ଦଳର ଆଗାମୀ କାର୍ଯ୍ୟକ୍ରମ ନେଇ ନିଷ୍ପତ୍ତି ନିଆଯାଇଛି। ରାଜନୈତିକ ବ୍ୟାପାର କମିଟି ବୈଠକରେ ପ୍ରଭାରୀ ଶ୍ରୀ ଲଲ୍ଲୁ କହିଥିଲେ, ନିକଟରେ ବିହାରର ‘ଭୋଟ୍‌ ଚୋରି ରାଲି’ ପରି ଏକ ବଡ଼ ରାଲି ଓଡ଼ିଶାରେ କରାଯିବ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କମିଟି ଓ ଛାମୁଆ ସଙ୍ଗଠନଗୁଡ଼ିକର ବୈଠକ ବସିଥିଲା। ସହ ପ୍ରଭାରୀ ଶାହନୱାଜ ଚୌଧୁରୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ଶରତ ରାଉତ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସାମାଜିକ ନ୍ୟାୟ କମିଟି ପକ୍ଷରୁ ସଂଗୃହୀତ ତଥ୍ୟ ପିସିସି ସଭାପତି ଶ୍ରୀ ଦାସଙ୍କୁ ପ୍ରଦାନ କରାଯାଇଥିଲା। ବିଧାୟକ ଓ ସାଂସଦ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ମାସକୁ ଅନ୍ୟୂନ ୨୦ଦିନ ରହି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଭୋଟ ଜାଲିଆତି ସମ୍ପର୍କରେ ସଚେତନ କରାଇବେ। ପିସିସି ପଦାଧିକାରୀ ବିଭିନ୍ନ ଜିଲା ଗସ୍ତ କରି ବ୍ଲକ ଏବଂ ବୁଥ୍‌ ସ୍ତରୀୟ କମିଟି ଗଠନ କରିବା ସହ ଭୋଟ୍‌ ଚୋରି ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇବା ନେଇ ନକ୍ସା ପ୍ରଦାନ କରିବେ। ଅବହେଳିତ, ନିଷ୍ପେସିତ ଓ ଦଳିତ ବର୍ଗର ଉନ୍ନତି ସକାଶେ କଂଗ୍ରେସ ଦୃଷ୍ଟି ଦେଲେ କଂଗ୍ରେସଠାରୁ ଦୂରେଇଯାଇଥିବା ଅନୁସୂଚିତ ଜାତି ମତଦାତା ପୁନର୍ବାର ଫେରିଆସିବେ। ସେବାଦଳ କଂଗ୍ରେସର ଏକ ମୁଖ୍ୟ ଅଙ୍ଗ ହୋଇଥିବାରୁ  ଏହାକୁ ସୁଦୃଢ଼ କରିବା ପାଇଁ ଖୁବ୍‌ଶୀଘ୍ର ରାଜ୍ୟ ଓ ବ୍ଲକସ୍ତରୀୟ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହେବ। ପ୍ରତି ବ୍ଲକରୁ ଅନ୍ୟୂନ ୧୦ ଜଣଙ୍କୁ କଂଗ୍ରେସ କାର୍ଯ୍ୟରେ ନିୟୋଜିତ କରାଯିବ। ମହିଳା କଂଗ୍ରେସ ବୈଠକରେ ରାଜ୍ୟରେ ବୃଦ୍ଧି ପାଉଥିବା ନିର୍ଯାତନାକୁ କିପରି ରୋକାଯାଇ ପାରିବ, ସେନେଇ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ଚାରୋଟି ଜୋନ କରାଯିବ। ମହିଳାଙ୍କୁ ପ୍ରତ୍ୟେକ ଜୋନରେ ଦାୟିତ୍ୱ ପ୍ରଦାନ କରାଯାଇ ମହିଳା ଜିଲା ସଭାପତି ମନୋନୟନ କରାଯିବ। ଜିଲା ସଭାପତି ମନୋନୟନ ପରେ ଚାରୋଟି ଜୋନରେ ବିଶାଳ ମହିଳା ସମାବେଶ କରାଯିବ। ସେହିପରି ଯୁବ ଓ ଛାତ୍ର କଂଗ୍ରେସ କମିଟି ବୈଠକରେ   ଭୋଟ୍‌ ଚୋରି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।  ଆଗକୁ ଛାତ୍ର ସଂସଦ ନିର୍ବାଚନ ଆସୁଥିବାରୁ ଛାତ୍ର କଂଗ୍ରେସକୁ ସୁଦୃଢ଼ କରାଯିବ। ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନରେ ଆଦିବାସୀଙ୍କୁ ଆନୁପାତିକ ସଂରକ୍ଷଣ, ଜଙ୍ଗଲ ଜମି ଅଧିକାର ଆଇନର କାର୍ଯ୍ୟକାରିତା, ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତ ବ୍ଲକ, ମଣ୍ଡଳ ଓ ପଞ୍ଚାୟତ କମିଟି ଗଠନ ପାଇଁ ଏଆଇସିସି ପ୍ରଭାରୀ ନିର୍ଦେଶ ଦେବା ସହିତ ଜିଲା ପରିଷଦ ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ଏବେଠୁ ଆରମ୍ଭ କରିବା ପାଇଁ କହିଥିଲେ। ପିସିସି ସଭାପତି ଜିଲା, ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସମସ୍ୟା  ନେଇ ଗଣଆନ୍ଦୋଳନ ଗଢ଼ି ତୋଳିବାକୁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories