www.samajalive.in
Friday, December 5, 2025
17.1 C
Bhubaneswar

ନବରତ୍ନ କମ୍ପାନୀରୁ ମହାରତ୍ନ କମ୍ପାନୀ ହେବ ନାଲକୋ: ସିଏମ୍‌ଡି

ଭୁବନେଶ୍ୱର : ନବରତ୍ନ କମ୍ପାନୀ ନାଲକୋ ପକ୍ଷରୁ ଖୁବ୍‌ଶୀଘ୍ର ଦାମନଯୋଡ଼ିରେ ୫ମ ଆଲୁମିନା ରିଫାଇନାରୀ ସମ୍ପ୍ରସାରଣ କରାଯିବ। ସେହିପରି ପଟ୍ଟାଙ୍ଗି ବକ୍ସାଇଟ୍ ଖଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ନାଲକୋ ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂ କହିଛନ୍ତି। ମଙ୍ଗଳବାର ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଥିଲେ ଯେ ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ନାଲକୋ ଆଗକୁ ବଢ଼ୁଛି। ବଜାର ଆବଶ୍ୟକତା ପୂରଣ ସହିତ ପରିବେଶ ସୁରକ୍ଷା ଦିଗରେ ନାଲକୋ ବେଶ୍ ଯତ୍ନବାନ୍ ଅଛି। ଏକ ବଡ଼ ପଦକ୍ଷେପ ସ୍ବରୂପ ପଟ୍ଟାଙ୍ଗି ବକ୍ସାଇଟ୍ ଖଣିରୁ ଶୀଘ୍ର ଉତ୍ତୋଳନ ଆରମ୍ଭ ହେବାକୁ ଯାଉଛି। ଏହା କାର୍ଯ୍ୟକ୍ଷମ ହେଲେ ଦୀର୍ଘମିଆଦୀ ବିକାଶ ସୁନିଶ୍ଚିତ କରିବା ଲାଗି କଞ୍ଚାମାଲ୍‌ ପ୍ରାପ୍ତି ଦିଗରେ ଆତ୍ମନିର୍ଭର ହୋଇପାରିବୁ। ଦାମନଯୋଡ଼ି ସ୍ଥିତ ୫ମ ଆଲୁମିନା ରିଫାଇନାରୀ ସମ୍ପସ୍ରାରଣ ହେଲେ ଆମର ଉତ୍ପାଦନ କ୍ଷମତା ବହୁ ଗୁଣରେ ବୃଦ୍ଧି ପାଇବ। ସେହିପରି ସ୍ମେଲଟର୍ ପ୍ଲାଣ୍ଟ ଓ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ଭାରତରେ ଉପଯୋଗ ପାଇଁ ବାର୍ଷିକ ୮ ନିୟୁତ ଟନ୍ ଆଲୁମିନା ଆବଶ୍ୟକ ହେଉଥିବାବେଳେ ଏହି ଆବଶ୍ୟକତାର ଏକ ସିଂହଭାଗ ନାଲକୋ ପୂରଣ କରିବ।  କର୍ତ୍ତବ୍ୟନିଷ୍ଠା, ଦକ୍ଷତା ଏବଂ ଉତ୍ପାଦନ ବୃଦ୍ଧି ଜରିଆରେ ବିଶ୍ବ ସମୁଦାୟ ସହିତ ପ୍ରତିଯୋଗିତା ପାଇଁ ଆମେ ନିଜକୁ ପ୍ରସ୍ତୁତ କରୁଛୁ। ନାଲକୋ ନବରତ୍ନ କମ୍ପାନୀର ପରିଧି ବାହାରକୁ ଯାଇ ମହାରତ୍ନ କମ୍ପାନୀ ଗୌରବ ଅର୍ଜନ ପାଇଁ ସମସ୍ତ କ୍ଷମତା ବହନ କରୁଛି।
ଶ୍ରୀ ସିଂ ଆହୁରି କହିଥିଲେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବକ୍ସାଇଟ୍ ପରିବହନ ୬.୫୬% ବୃଦ୍ଧି ପାଇଥିବା ବେଳେ ଆଲୁମିନା ହାଇଡ୍ରେଟ୍ ୩୫.୫%, କାଲସିନେଡ ଆଲୁମିନା ୫୨.୨୫%, ଆଲୁମିନା କାଷ୍ଟ ମେଟାଲ ଉତ୍ପାଦନ ୨.୬୮% ବୃଦ୍ଧି ପାଇଛି। ଆଲୁମିନା ରପ୍ତାନୀରେ ୨୦୯% ଅଭିବୃଦ୍ଧି ଆସିଥିବାବେଳେ ଘରୋଇ କ୍ଷେତ୍ରରେ ବିକ୍ରି ୧୦୯% ବଢ଼ିଛି। କ୍ୟାପିଟିଭ୍ ପାୱାର ପ୍ଲାଣ୍ଟରୁ ଗତ ବର୍ଷ ୬୬୪୧ ନିୟୁତ ୟୁନିଟ୍ ଶକ୍ତି ଉତ୍ପାଦନ ହୋଇଥିଲା। ଶ୍ରୀ ସିଂ କହିଥିଲେ ଯେ ନାଲକୋ କି ଲାଡ୍‌ଲୀ କାର୍ଯ୍ୟକ୍ରମରେ ୧୩୦୦ରୁ ଅଧିକ ମେଧାବୀ ଛାତ୍ରୀଙ୍କ ପାଠ ପଢ଼ା ଖର୍ଚ୍ଚ ନାଲକୋ ବହନ କରୁଥିବା ବେଳେ ଏକ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମରେ ୧୮ ଆଦିବାସୀ ଗ୍ରାମର ହଜାରରୁ ଅଧିକ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରାଯାଇଛି। ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆମର ଭାଗିଦାରୀ ବୃଦ୍ଧି ପାଇଛି। ସାମାଜିକ ଦାୟିତ୍ବବୋଧ ପ୍ରତି ଆମେ ନିଜ ଲାଭାଂଶର ୨% ଖର୍ଚ୍ଚ କରୁଥିବାବେଳେ ଏଥର ତାହା ପୂର୍ବାପେକ୍ଷା ବୃଦ୍ଧି ପାଇବ ବୋଲି ଶ୍ରୀ ସିଂ ବିଶ୍ବାସବ୍ୟକ୍ତ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ଦେଶକ (ଉତ୍ପାଦନ) ପଙ୍କଜ କୁମାର ଶର୍ମା, ପ୍ରକଳ୍ପ ନିର୍ଦେଶକ ଜଗଦିଶ ଅରୋରା, ଏଚ୍‌ଆର ନିର୍ଦେଶକ ଡ. ତାପସ କୁମାର ପଟ୍ଟନାୟକ, ବିତ୍ତ ନିର୍ଦେଶକ ଅଭୟ କୁମାର ବେହୁରିଆ ଉପସ୍ଥିତ ଥିଲେ। ନିର୍ବାହୀ ନିର୍ଦେଶକ (ଏଚ୍‌ଆର) ଆଶୁତୋଷ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories