www.samajalive.in
Saturday, December 6, 2025
15.1 C
Bhubaneswar

ଗିରଫ ହେଲେ ପଦ ଯିବ: ଆଜି ସଂସଦରେ ଆଗତ କରିବାକୁ ଯୋଜନା

ନୂଆଦିଲ୍ଲୀ : ଆଇନ୍ ଆଗରେ ସମସ୍ତେ ସମାନ। ଏହାକୁ ପ୍ରମାଣିତ କରିବାକୁ ଆଜି ସଂସଦରେ ଗୁରୁତ୍ଵପୂର୍ଣ୍ଣ ବିଲ୍ ଆସିବ । ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ , ଯଦି ଏହି ପଦରେ ଥିବା ବ୍ୟକ୍ତି ଙ୍କ ବିରୋଧରେ କୌଣସି ସାଂଘାତିକ ଅଭିଯୋଗ ଆସେ ଓ ଗିରଫ ହୁଅନ୍ତି ତେବେ ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାମଲାରେ ଯଦି ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ଥାଏ, ତେବେ ଗିରଫ ହେବାର ୩୦ ଦିନ ପରେ ତାଙ୍କ ପଦ ରଦ୍ଦ ହୋଇଯିବ। ଆଜି ସଂସଦରେ ଏହି ବିଲ୍ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ , ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀମାନେ ଏହି ଆଇନ ଅଧିନରେ ଆସିବେ। ସାଂଘାତିକ ଅଭିଯୋଗରେ ଲଗାତାର ୩୦ ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ , ସମ୍ପୃକ୍ତ ବ୍ୟକ୍ତି ନିଜ ପଦରୁ ଇସ୍ତଫା ଦେବାକୁ ପଡିବ। ନହେଲେ ତାଙ୍କ ପଦ ସ୍ଵତଃ ରଦ୍ଦ ହୋଇଯିବ। ଏହାଛଡା ଅନ୍ୟ ଦୁଇ ଗୁରୁତ୍ଵପୂର୍ଣ୍ଣ ବିଲ୍ ମଧ୍ୟ ସଂସଦରେ ଆସିବ। ଏହି ବିଲ୍ ଗୁଡିକ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ ବିଲ୍ ୨୦୨୫, ସମ୍ବିଧାନ ୧୩୦ତମ ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ୨୦୨୫।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories