www.samajalive.in
Friday, December 5, 2025
26.1 C
Bhubaneswar

ଆର୍ଥିକ ପ୍ରଗତିର ନୂଆ ବାଟ ଖୋଲିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ୮,୩୦୭.୭୪ କୋଟି ଟଙ୍କା ବ୍ୟୟରେ ୧୧୦.୮୭୫ କିଲୋମିଟର ଦୈର୍ଘ୍ୟର ୬-ଲେନ୍ ବିଶିଷ୍ଟ କ୍ୟାପିଟଲ୍ ରିଜିଅନ୍ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାଇପାସ୍) ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି। ଏହି ରିଙ୍ଗ ରୋଡ଼ ରାଜଧାନୀ ଓ ଆଖପାଖର ପ୍ରମୁଖ ସହରୀୟ କେନ୍ଦ୍ରଗୁଡ଼ିକର ଗମନଗମନକୁ ସହଜ କରିବ, ପଣ୍ୟ ପରିବହନ ଦକ୍ଷତା ବୃଦ୍ଧି ପାଇବା ସହିତ ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ନୂଆ ଦିଗ ଖୋଲିବ ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ବିଗତ ଦିନମାନଙ୍କରେ ଯେଉଁମାନଙ୍କ ହାତରେ ଦାୟିତ୍ୱ ଥିଲା, ଓଡ଼ିଆ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ହେଉ ବୋଲି ସେମାନେ ଚାହୁଁ ନ ଥିଲେ। ଆଜି ଡବଲ ଇଞ୍ଜିନ ସରକାରରେ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ହୋଇଛି। ବିକାଶର ଗତି ଦୁଇ ଗୁଣା ହେଉଛି ବୋଲି ସେ କହିଛନ୍ତି।

- Advertisement -

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଏହି ଐତିହାସିକ ଏବଂ ବହୁ ପ୍ରତୀକ୍ଷିତ ରିଂ ରୋଡ୍ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ ମିଳିବା ବହୁ ଦିନର ସ୍ବପ୍ନ ସାକାର କଲା ପରି ହୋଇଛି। ଏନେଇ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖୁବ୍‌ଶୀଘ୍ର ଏହି କ୍ୟାପିଟାଲ ରିଜିଅନ ରିଂ ରୋଡ ନେଇ ଏନ୍‌ଏଚ୍‌ଏଆଇ ପକ୍ଷରୁ ଟେଣ୍ଡର ଆସିବ, କାମ ଆରମ୍ଭ ହେବ ବୋଲି ସାଂସଦ ସୂଚନା ଦେଇଛନ୍ତି। ସେହିପରି ସାଂସଦ ରୁଦ୍ର ପାଣି କହିଛନ୍ତି, ଏହି ପ୍ରକଳ୍ପ ବାଣିଜ୍ୟ ତଥା ଶିଳ୍ପର ବିକାଶ ପାଇଁ ନୂତନ ରାସ୍ତା ଖୋଲିବା ସହ ରୋଜଗାରର ନୂଆ ସୁଯୋଗ ତିଆରି କରିବ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ସାକ୍ଷାତ କରି ଏଭଳି ନିଷ୍ପତ୍ତି ପାଇଁ ସାଧୁବାଦ ଜଣାଇଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories