ଅନୁଗୋଳ: ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ନକଲି ପୁଲିସକୁ ସୋମବାର ଅସଲି ପୁଲିସ ଗିରଫ କରିଛି। ଗିରଫ ଯୁବକଠାରୁ ନଗଦ ୫୦ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଯୁବକ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରେଇ ଗାଁର ମଣ୍ଟୁ ସାହୁ । ଗିରଫ ମଣ୍ଟୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଣ୍ଟୁ ଜଣେ ଠିକାଦାରଙ୍କ ସୁପରଭାଇଜର ଭାବେ ଅନୁଗୋଳ ପଞ୍ଚମହଲାରେ କାମ କରନ୍ତି। ପଞ୍ଚମହଲା ଆଦିମାତ ନଗରଠାରେ ଥିବା ଠିକାଦାରଙ୍କ ଘରେ ରୁହନ୍ତି। ସେଠାରେ ଭଡ଼ାରେ ରହୁଥିବା ଖମାର ଥାନା ଅନ୍ତର୍ଗତ କୁଞ୍ଜାମ ଗାଁର ବିରଞ୍ଚି ନାରାୟଣ ନାଏକ ଙ୍କ ସମ୍ପର୍କରେ ସେ ଆସିଥିଲେ। ପୁଲିସ ଅଧିକାରୀର ପରିଚୟ ଦେଇ ବିରଞ୍ଚି ତାଙ୍କୁ ତାଳଚେର ଭୁବନେଶ୍ବରୀ କୋଇଲା ଖଣିରେ ଚାକିରି କରାଇଦେବେ କହି ପ୍ରଥମ କିସ୍ତିରେ ୨୪ ହଜାର ଟଙ୍କା ନେଇଥିଲେ। ମଣ୍ଟୁଙ୍କର ଚାକିରି ନହେବାରୁ ସୋମବାର ମଣ୍ଟୁ ଅନୁଗୋଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଓ ଜିଲା ପୁଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ଉକରି ବିରଞ୍ଚିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ବିରଞ୍ଚିଙ୍କଠାରୁ ପୁଲିସ ନଗଦ ୫୦ ହଜାର ଟଙ୍କା, ପୁଲିସ ପୋଷାକ, ଟୋପି, ବ୍ୟାଜ, ଆପିଏସ୍ ବ୍ୟାଜ, ଆଇକାର୍ଡ ଜବତ କରିଛି। ବିରଞ୍ଚିଙ୍କୁ ଆଜି ଅଦାଲତ ଚାଲାଣ କରାଯାଇଛି।
Popular Categories



