ସହରାଞ୍ଚଳ ଜାଗା ମିଶନ ଯୋଜନାରେ ମାଲକାନଗିରି ସହରବାସୀଙ୍କୁ ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ
ମାଲକାନଗିରି : ମାଲକାନଗିରି ପୌର ପରିଷଦରେ ବସବାସ କରୁଥିବା ଜନସାଧାରଣ ଯେଉଁମାନେ କି ସରକାରୀ ଜାଗାରେ ଘର କରି ବର୍ଷ ବର୍ଷ ଧରି ରହିଛନ୍ତି ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ପଟ୍ଟା ପ୍ରଦାନ କରାଯାଇଛିା ବିଧାୟକ ମାନସ ମାଡକାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ସ୍ୱତନ୍ତ୍ର ଆଦିବାସୀ ପରିଷଦ ଅଧକ୍ଷ ଆଡମା ରାବା, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷା ରାଜବନ୍ତ କୌର, ପୌର ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଏମ୍. ନିଳକଂଠ ନାଇଡୁ ପ୍ରମୁଖ ଯୋଗଦେଇ ୧୫୧ ବସ୍ତି ବାସିନ୍ଦାଙ୍କୁ ଓଡିଶା ସରକାର ଜାଗା ମିଶନ ଯୋଜନାରେ ପଟ୍ଟା ବଣ୍ଟନ କରିଛନ୍ତି। ସହରାଞ୍ଚଳ ଉନ୍ନୟନ ପରିଷଦ କେନ୍ଦ୍ରୀୟ କମିଟିର ବୈଠକରେ ନିଷ୍ପତି ନିଆ ଯାଇଛିା କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ମୁନିଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦରେ ୧୯ଗୋଟି ବାର୍ଡରେ ୨୬ଗୋଟି ବସ୍ତିରେ ସରକାରୀ ଜମିରେ ଘର କରି ବସବାସ କରୁଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇଥିଲ।। ମୋଟ ୨୦୩୮ଜଣ ପଟ୍ଟା ପାଇବା ପାଇଁ ଆବେଦନ କରିଥିବା ବେଳେ ସର୍ଭେ ପରେ ୧୮୫୧ଜଣଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ ପର୍ଯ୍ୟାୟରେ ପଟ୍ଟା ପ୍ରଦାନ କରାଯିବା ପ୍ରଥମ ପର୍ଯ୍ୟାୟରେ ୧୫୧ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲ।। ଅନ୍ୟମାନଙ୍କୁ ଜାଗାର କିସମ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଜମିଜମା ସମ୍ବନ୍ଧୀୟ ତଥ୍ୟ ସମ୍ପର୍କରେ ସଂଶୋଧନ କରାଯାଇ ବିଭିନ୍ନ ପର୍ଯ୍ୟାୟରେ ଦୁଇମାସ ମଧ୍ୟରେ ପଟ୍ଟା ପ୍ରଦାନ କରାଯିବ। ଯେଉଁ ହିତାଧିକାରୀ ମାନେ ୩୨୩ ବର୍ଗଫୁଟ ମଧ୍ୟରେ ଘର କରିଛନ୍ତି ସେମାନେ ମାଗଣାରେ ଏହି ପଟ୍ଟା ପାଇବେ। ୪୯୮ ବର୍ଗଫୁଟରେ ଘର କରିଥିଲେ ୩୨୩ ବର୍ଗଫୁଟକୁ ବାଦ ଦେଇ ଅବଶିଷ୍ଟ ଜାଗାର ସରକାରୀ ମୂଲ୍ୟର ୨୫ ପ୍ରତିଶତ ଅର୍ଥ ପ୍ରଦାନ କରି ୪୯୮ ବର୍ଗଫୁଟର ପଟ୍ଟା ପାଇବୋ ସେହିପରି ୪୮୪ରୁ ୮୬୮ ବର୍ଗଫୁଟ ମଧ୍ୟରେ ଯେଉଁମାନେ ଘର କରିଥିବେ ୩୨୩ ବର୍ଗଫୁଟ ବାଦ ଦେଇ ସରକାରୀ ମୂଲ୍ୟର ୫୦ ପ୍ରତିଶତ ଅର୍ଥ ପୈଠ କରି ପଟ୍ଟା ପାଇବେ ବୋଲି ବିଧାୟକ ଶ୍ରୀ ମାଡକାମି ପ୍ରକାଶ କରିଛନ୍ତିା