ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୁଲିସ୍ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ସୁକୁମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳର ଗଙ୍ଗରାଜପଦର ଗାଁରେ ମାଓବାଦୀମାନେ ଜଣଙ୍କୁ ଗଳା କାଟି ହତ୍ୟା କରି ମୃତଦେହ ପକାଇ ଚାଲି ଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ସେହିପରି କିଷ୍ଟାରାମ ଥାନା ଅଞ୍ଚଳର ଆମାପେଣ୍ଠା ଗାଁରେ ମଧ୍ୟ ଅନ୍ୟ ଜଣେ ଗ୍ରାମବାସୀ କୋମରାମ ଗଙ୍ଗାଙ୍କୁ ମାଓବାଦୀମାନେ ହତ୍ୟା କରି ମୃତଦେହକୁ ଗଛରେ ଝୁଲାଇ ଦେଇଥିବା ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସନ୍ଦେହରେ ଉଭୟଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।
Popular Categories



