www.samajalive.in
Saturday, December 6, 2025
15.1 C
Bhubaneswar

ମାଲକାନଗିରିରେ ଏନକାଉଣ୍ଟର: ଜଣେ ମାଓବାଦୀ ନିହତ, ଜଣେ ଯବାନ ଆହତ

ମାଲକାନଗିରି : ଦୀର୍ଘଦିନ ପରେ ମାଲକାନଗିରି ଜିଲ୍ଲାରେ ବଡ଼ ଧରଣର ଗୁଳିବିନିମୟ ଘଟିଛି। ମାଲକାନଗିରି ଜିଲ୍ଲା ମଧ୍ୟକୁ ବାହାର ରାଜ୍ୟରୁ ମାଓବାଦୀମାନେ ପଶିବାକୁ ଉଦ୍ୟମ କରିବା ବେଳେ ଡିଭିଏଫ ଯବାନ ଏବଂ ମାଓବାଦୀ ଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକ ରେ ଥିବା ଜିନେଲଗୁଡା ଜଙ୍ଗଲ ଦେଇ କିଛି ମାଓବାଦୀ ଜିଲ୍ଲା ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଏହି ଖବର ପାଇ ଅଞ୍ଚଳରେ ଡିଭିଏଫ ଯବାନ ମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତେବେ ବିଳମ୍ବିତ ରାତିରେ ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି ଜଣେ ଡିଭିଏଫ ଯବାନ ଏହି ଗୁଳିବିନିମୟ ରେ ଆହତ ହୋଇଥିବା ବେଳେ ତାଙ୍କ ନାମ ଡମ୍ବୁରୁ ବଡ଼ ନାୟକ ବୋଲି ଜଣା ପଡ଼ିଛି। ଏହା ସହ ଦୁଇଜଣ ମାଓବାଦୀ ଯବାନ ଙ୍କ ଦ୍ଵାରା ଗିରଫ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ନେଇ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories