www.samajalive.in
Wednesday, December 10, 2025
16.1 C
Bhubaneswar

ମୋବାଇଲ ଓ ବାଇକ ଚୋରି ମାମଲାରେ ଜଣେ ଅଟକ

ଗୋପାଳପୁର: ଗୋପାଳପୁର ପୁଲିସ ଆଜି ମୋବାଇଲ ଓ ବାଇକ ଚୋରି ମାମଲାରେ ଜଣେ ଯୁବକକୁ ଅଟକ ରଖି ତଦନ୍ତ କରୁଛି ।  ସୂଚନା ପ୍ରକାରେ ଗୋଳନ୍ଥରା ଥାନା  ଅଂଚଳର ସୁଶାନ୍ତ କୁମାର ସାହୁର ଗୋପାଳପୁରରେ ୱେଲଡିଂ ଓ ଲେଦ  ଦୋକାନ ରହିଛି । ସେଠାରେ ଗୋପାଳପୁରର ଶୁଭମ ସାହୁ କାମ କରୁଥିଲା । କିନ୍ତୁ ଶୁଭମର ବାପାର ମଧ୍ୟ ଗୋପାଳପୁରରେ ସେହିଭଳି ଦୋକାନ ରହିଛି ।  ଉଭୟ ଅସମୟରେ ମିଳିମିଶି କାମ କରୁଥିଲେ । ଶୁଭମଙ୍କ ବାପା ଲେଦ କାମ ପାଇଁ କିଛି ସାମଗ୍ରୀ ପୂର୍ବରୁ ସୁଶାନ୍ତକୁ ଦେଇଥିଲେ । ରବିବାର ୧୦ ତାରିଖ ରାତିରେ ବାପା ସୁଶାନ୍ତ ଓ ପୁଅ ଶୁଭମ ଉଭୟେ ଗୋପାଳପୁର ସୁଶାନ୍ତଙ୍କୁ ମେସିନ ଦେବାକୁ ଆସିଥିଲେ । ବିଳମ୍ବିତ ରାତି ହେବାରୁ ବାପା ଓ ପୁଅ ସୁଶାନ୍ତଙ୍କ, ଘରେ ରାତ୍ରି ଯାପନ କରିଥିଲେ । ସକାଳୁ ଉଠି ଦେଖିବା ବେଳକୁ ତାଙ୍କ ମୋବାଇଲ ଓ ବାଇକ ଘରେ ନଥିଲା , ଯାହାଫଳରେ ଏହାକୁ  ଶୁଭମ ଚୋରି କରି ନେଇଥିବା ସନ୍ଦେହ କରିଥିଲେ । ପରେ ସୁଶାନ୍ତ ଜାଣିବାକୁ ପାଇଲେ କି ତାଙ୍କ ମୋବାଇଲରୁ  ସୁଶାନ୍ତ ପ୍ରାୟ ୧ ଲକ୍ଷ ୬୯ ହଜାର ଟଙ୍କା  ଆକାଉଣ୍ଟରୁ ଉଠାଣ କରିଦେଇଛନ୍ତି । ପରେ ଶୁଭମକୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୭୧/୨୫ ମାମଲା ରୁଜୁ କରି ଅଭିଯୁକ୍ତକୁ କାବୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି

 

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories