www.samajalive.in
Wednesday, December 10, 2025
16.1 C
Bhubaneswar

ନିଆଁରେ ପୋଡି ହୋଇ ମହିଳା ଗୁରୁତର

ପିପିଲି : ପିପିଲି ଅଞ୍ଚଳର ଜଣେ ମହିଳା ବୁଧବାର ସନ୍ଧ୍ୟାରେ ନିଆଁରେ ପୋଡି ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି । ମହିଳାଙ୍କ ନାମ ଅର୍ଚ୍ଚନା ଦାଶ  ବୋଲି ସୂଚନା ମିଳିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର  କରାଯାଇଛି । ତେବେ ନିଆଁରେ ପୋଡି ହେବାର କାରଣ ସମ୍ପର୍କରେ କୌଣସି ସଠିକ ସୂଚନା ମିଳିପାରିନାହିଁ ।

ସୂଚନା ଅନୁଯାୟୀ, ପିପିଲି ପୌରାଞ୍ଚଳର ଜୟପୁର ଗ୍ରାମ୍ୟଛକ ନିକଟରେ ଏକ ଭଡା ଘରେ ରହୁଥିବା ଏହି ମହିଳା ଜଣକ ବୁଧବାର ସନ୍ଧ୍ୟାରେ ପୋଡି ହୋଇ ଗୁରୁତର ହୋଇଛନ୍ତି । ନିଜ ଭଡା ଘର ବାରଣ୍ଡାରେ ହୁତୁ ହୁତୁ ହୋଇ ମହିଳା ଜଣକ ଜଳୁଥିବାବେଳେ ତାଙ୍କ ବିକଳ ଚିତ୍କାର ଶୁଣି ପଡୋଶୀ ଘର ଲୋକେ ସେଠାରେ ପହଂଚି ପାଣି ପକାଇ ନିଆଁକୁ ଲିଭାଇ ଥିଲେ । ତତକ୍ଷଣାତ ମହିଳା ଜଣକ ବେହୋସ ହୋଇ ପଡ଼ିଥିଲେ । ଘରେ ତାଙ୍କ ସ୍ୱାମୀ ନଥିବା ବେଳେ ଖବର ପାଇ ସମ୍ପର୍କୀୟ ସେଠାରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ପିପିଲି ଡାକ୍ତରଖାନାକୁ ନେଇଥିଲେ । ପରେ ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପିପିଲି ଦରଜୀସାହି ନିକଟ ମଠସାହି ଅଞ୍ଚଳର ନରେଶ ଦାଶ ନିଜ ପତ୍ନୀ ଅର୍ଚ୍ଚନା ଓ କନ୍ୟାଙ୍କ ସହ ଉପରୋକ୍ତ ଭଡା ଘରେ ରହୁଥିବା ସୂଚନା ମିଳିଛି । ଆଜି ସ୍ୱାମୀ ଘରେ ନଥିବା ବେଳେ ଝିଅ ଟ୍ୟୁସନ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଖବର ପାଇ ପୁରୀର ଅତିରିକ୍ତ ଏସପି ସଚିନ ପଟେଲ, ଏସ.ଡି.ପି.ଓ ଦେବାଶିଷ ମିଶ୍ର, ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ପ୍ରମୁଖ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି । ପଡୋଶୀଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ପୁଲିସ ପଚରାଉଚୁରା କରିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ରେକର୍ଡ କରିଛି । ଉକ୍ତ ଘରକୁ ପୁଲିସ ସିଜ କରିଥିବାବେଳେ ରାତିରେ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଗୁରୁତର ମହିଳାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories