www.samajalive.in
Wednesday, December 10, 2025
23.1 C
Bhubaneswar

ଗାଈ ସହ ଅଟୋ ଜବତ, ୪ ଗିରଫ

ରଣପୁରଗଡ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଦେଇ ଖେ।ର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରୁ ବେଗୁନିଆ ଅଞ୍ଚଳକୁ ଗୋ-ଚାଲାଣ ଚାଲିବା ନେଇ ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ଶୁନ୍ୟ ସହନଶୀଳତା ଗ୍ରହଣ କରିଛନ୍ତି। ଗୋ-ଚାଲାଣ ରେ।କିବା ପାଇଁ ରାତ୍ରୀକାଳୀନ ଯାଞ୍ଚ କଡାକଡି କରଥିବାବେଳେ ଗତ ଅଗଷ୍ଟ ୧୨ ତାରିଖ ମଧ୍ୟ ରାତ୍ରିରେ ଥାନା ସମ୍ମୁଖରେ ଗୋଚାଲାଣ ହେଉଥିବା ଗୋଟିଏ ଅଟୋକୁ ଜବତ କରିଥିଲେ। ଡାଲା ଅଟୋରେ ଅମାନୁଷିକ ଭାବେ ଚାରେ।ଟି ଗୋମାତାଙ୍କୁ ହତ୍ୟା ପାଇଁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଗୋ-ଚାଲାଣ ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଜବତ ଗୋମାତାଙ୍କୁ ରଣପୁର ହରଚଣ୍ଡୀ ଗୋଶାଳାରେ ଜିମା ଦିଆ ହେ।ଇଛି। ଗିରଫ ଅଭିଯୁକ୍ତ ହେଲେ ଟାଙ୍ଗୀ ଥାନା ବାଉଁଶମୁଳ ଗ୍ରାମର ତେ।ରାବୁଦ୍ଧିନ୍ ଖା ଓରଫ ରବି, ଟାଙ୍ଗୀ ଥାନା ବରୁଣପଡାର ପ୍ରଦ୍ୟୁମ୍ନ କୁମାର ବିଶ୍ୱାଳ ଓରଫ ବାବୁ, ସେହି ବରୁଣପଡାର ବିରେନ କୁମାର ବିଶ୍ୱାଳ ଓ ବରୁଣପଡାର ଦାସରଥି ମଲ୍ଲିକ । ଅଭିଯୁକ୍ତ ମାନଙ୍କୁ ଅଗଷ୍ଟ ୧୪ରେ କେ।ର୍ଟ ଚାଲାଣ କରାଯିବ। ଥାନା ନିରୀକ୍ଷକ ସ୍ୱାଇଁଙ୍କ ସୂଚନା ଅନୁଯାୟୀ ଗୋ-ଚାଲାଣ ଧରପଗଡକୁ ବ୍ୟାପକ କରାଯିବ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories