www.samajalive.in
Saturday, December 6, 2025
16.1 C
Bhubaneswar

ବାଥ୍‌ରୁମ୍‌ରୁ +୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ : ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ଯୁକ୍ତ ୩ରେ ପାଠ ପଢୁଥିବା ବେଳେ ଏକ ଘରୋଇ ମେସ୍‌ର ବାଥ୍‌ରୁମ୍‌ରୁ ତାଙ୍କର ମୃତଦେହ ଜବତ ହୋଇଛି । ସେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଖି ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ ଫେରିଥିଲେ । ସେ ବାସୁଦେବପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଟାଉନ୍‌ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।ସେ ଗତ ଏକ ମାସ ହେଲା ଘରୋଇ ମେସରେ ରହି ଭଦ୍ରକ କଲେଜରେ କ୍ଲାସ କରୁଥିଲେ। ଆଜି ମଧ୍ୟାହ୍ନ ସମୟରେ ବାଥରୁମ ଭିତରେ ଆତ୍ମାହତ୍ୟା କରିଥିବା କୁହାଯାଇଛି। ମେସରେ ଥିବା ଛାତ୍ରୀମାନେ ମେସ ମାଲିକଙ୍କୁ ଖବର ଦେବା ପରେ ମେସ ମାଲିକ ପୁଲିସକୁ ଖବର ଦେଇଥିଲେ। ଭଦ୍ରକ ଟାଉନ ପୁଲିସ ଏବଂ ନିଜେ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖବର ପାଇ ମୃତ ଛାତ୍ରୀଙ୍କ ବାପା ଓ ମାଆ ପହଞ୍ଚିଛନ୍ତି। ପୁଲିସ ସେମାନଙ୍କୁ ପଚରାଉଚୁରା କରିବା ସହିତ ଲେଡିସ ମେସରେ ଥିବା ଅନ୍ୟ ଛାତ୍ରୀମାନଙ୍କୁ ଘଟଣା ସମ୍ପର୍କରେ ପଚାରିଛନ୍ତି। ମେସରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରିଛନ୍ତି।

ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ ; ବାଘ ଗୋଡରେ ରାଖି ବାନ୍ଧିଲେ ମହିଳା

ବଡ ଖବର ; ରାଜଧାନୀରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

- Advertisement -

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories