ଭୁବନେଶ୍ୱର : ପୁଣି ଆଉ ଏକ ଆତ୍ମହୁତି ଉଦ୍ୟମ। ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ କଲେଜ ପରିସରରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପାରିବାରିକ ବିବାଦରୁ ଯୁବକ ଜଣକ ଏଭଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯୁବକଙ୍କ ଶରୀରର ୧୫ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ଯୁବକଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ଯାଜପୁରର ବିଞ୍ଝାରପୁରର। ଭାଇ ଭଉଣୀଙ୍କ ସହ ବିବାଦ ପରେ ଯୁବକ ଏଭଳି କରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଘରୋଇ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏମସ୍ରେ ଭର୍ତ୍ତି କରାଯାଇଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



