ସମାଜ ବ୍ୟୁରୋ : କିଲର ଥାର୍ ଧକ୍କାରେ ମା-ଝିଅଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି(CMRF)ରୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ରାକ୍ଷୀ ପୂର୍ଣ୍ଣିମାରେ ରାତି ପ୍ରାୟ ସାଢ଼େ ୭ଟାରେ ଜଣେ ମହିଳା ନିଜ ୮ବର୍ଷର ଝିଅ ଓ ପୁଅ ସହିତ ପାତ୍ରପଡ଼ା V2 ସମ୍ମୁଖରେ ରାସ୍ତାପାର ହେବା ସମୟରେ ଏକ ଥାର ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଝିଅର ପ୍ରାଣ ହରାଇଥିଲା। ମା’ ଓ ପୁଅକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମା’ର ମୃତ୍ୟୁ ହୋଇଥିଲା ।



