www.samajalive.in
Sunday, December 14, 2025
23.1 C
Bhubaneswar

ଟ୍ରକ ଧକ୍କାରେ ଚାଲିଗଲା ବାପା, ଝିଅଙ୍କ ଜୀବନ

ସମାଜ ଡିଜିଟାଲ ଡେସ୍କ: ଟ୍ରକ ଧକ୍କାରେ ଚାଲିଗଲା ବାପା ଓ ଝିଅର ଜୀବନ। ମା’ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ଘଟିଛି କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ଟୋପାଡିହି ଛକରେ। ମୃତକ ହେଲେ ରୁଗୁଡ଼ି ତାନା ଲୋଡ଼ାପଦା ଅଞ୍ଚଳର ଦିଲୀପ ସି ଏବଂ ତାଙ୍କ ଦୁଇ ବର୍ଷର ଶିଶୁକନ୍ୟା। ଆହତ ଦିଲୀପଙ୍କ ସ୍ତ୍ରୀ ତୁଳସୀ ସି ବଡ଼ବିଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ, ଦିଲୀପ ତାଙ୍କ ସ୍ତ୍ରୀ ଓ ଝିଅ ସହିତ ବାଇକରେ ଯାଉଥିବା ସମୟରେ ଟୋପାଡିହି ଛକଠାରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଖବର ପାଇ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଡାକ୍ତରଖାନା ନେଇଥିଲା। ହେଲେ ସେଠାରେ ଦିଲୀପ ଏବଂ ତାଙ୍କ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଟ୍ରକ ସହିତ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories