www.samajalive.in
Sunday, December 14, 2025
16.1 C
Bhubaneswar

ସ୍ୱାସ୍ଥ୍ୟ କେନ୍ଦ୍ର ଯିବାକୁ ରାସ୍ତା ଅତି ଶୋଚନୀୟ

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା ପାଲିଟିଛି ମରଣଯନ୍ତା। ଡାକ୍ତରଖାନା ଆସୁଥିବା ଅନେକ ରୋଗୀମାନଙ୍କ ସହ ସାଧାରଣ ଲୋକେ ମଧ୍ୟ ହନ୍ତସନ୍ତ ହେବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଶୋଚନୀୟ ରାସ୍ତା ହୋଇଥିବାରୁ ନିତିଦିନିଆ ଆମ୍ବୁଲାନ୍ସ ଯିବା ଆସିବାରେ ମଧ୍ୟ ଅସୁବିଧା ସମ୍ମୁଖୀନ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରମହକୁମାରେ ଥିବା ଏକମାତ୍ର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ। ରାଜ୍ୟରାଜପଥ ମୁଖ୍ୟ ରାସ୍ତା ଠାରୁ ଲ୍ୟାମ୍ପ ସମ୍ମୁଖଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ରାସ୍ତା ବହୁତ ଖରାପ ହୋଇଛି। ଲ୍ୟାମ୍ପ ସମ୍ମୁଖରେ କରାଯାଇଥିବା ସିମେଣ୍ଟ ରାସ୍ତାର ଛୋଟ ଛୋଟ ଗୋଡି ଗୁଡିକ ବାହାରି ଯିବାରୁ ଲୁହା ଛଡ଼ ଗୁଡିକ ବାହାରକୁ ଟେକି ହୋଇ ରହିଛି। ଯାହାଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଓ ନିକଟରେ ଥିବା ଆଦିବାସୀ ସାହି ଓ ଭୈରବୀ ସାହିକୁ ଯାତାୟାତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତାରେ ରାତିକାଳୀନ ଯାତାୟାତ କଲେ ଉକ୍ତ ଲୁହା ଛଡ଼ ବାଜି କିଛି ଲୋକ ଆହତ ହୋଇଥିବା ନଜରକୁ ଆସିଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗିବୁହା ଗାଡି, ବାଇକ ଯାତାୟାତ କରୁଥିବା ବେଳେ ସିମେଣ୍ଟ ଗୋଦାମକୁ ମାଲ ବୋଝେଇ ଟ୍ରକ ଓ ଲ୍ୟାମ୍ପକୁ ମଧ୍ୟ ସାର ଓ ବିହନ ବୋଝେଇ ଟ୍ରକ ଯାତାୟାତ କରି ଉକ୍ତ ରାସ୍ତାରେ ଗାତ ସୃଷ୍ଟି ହୋଇଛି। ସାମାନ୍ୟ ବର୍ଷା ହେଲେ ସେହି ସ୍ଥାନରେ ପାଣି ଜମା ହୋଇ ରହି ଯାଉଛି। ଯାହାଫଳରେ ଗାଡି ଓ ଲୋକମାନେ ଯାତାୟାତ କରିବାକୁ ଭୟ କରୁଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି । ବର୍ତ୍ତମାନ ଲ୍ୟାମ୍ପକୁ ସାର୍ ଓ ବିହନ ଗାଡ଼ି ଆସି ଉକ୍ତ ରାସ୍ତାରେ ରଖି ଅନଲୋଡ କରୁଥିବାରୁ ଯାତାୟତରେ ଅସୁବିଧା ମଧ୍ୟ ହେଉଛି।

ଜନ୍ମାଷ୍ଟମୀ ପରେ କେତୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ ; ଏହି ରାଶି ହେବେ ମାଲାମାଲ୍‌, ମିଳିବ ଧନ, ସନ୍ତାନ ସୁଖ..

୬୦ ହଜାରରୁ ବି କମ୍‌; ଜବରଦସ୍ତ ରେଞ୍ଜ, ଲଞ୍ଚ ହେଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର..

- Advertisement -

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories