ନୂଆଦିଲ୍ଲୀ : ଦେଶର ପ୍ରମୁଖ ଇଲୋକ୍ଟ୍ରିକ୍ ୨ ଚକିଆ ଯାନ ନିର୍ମାତା କମ୍ପାନୀ ଜେଲୋ ଇଲେକ୍ଟ୍ରିକ୍ ନିଜର ଚାହିଦା ବୃଦ୍ଧି ପାଇଁ ନୂଆ ମଡେଲ୍ ‘Knight+’ ଲଞ୍ଚ କରିଛି ।
ଆକର୍ଷୀୟ ଲୁକ୍ ଓ ପାୱାରଫୁଲ୍ ବ୍ୟାଟେରୀ ସହ ଏହି ସ୍କୁଟରର ଆରମ୍ଭ ଦାମ୍ ୫୯,୯୯୦ ଟଙ୍କା (ଏକ୍ସ-ଶୋରୁମ୍)ରେ ରହିଛି । ଯାହା ଦେଶର ସବୁଠାରୁ ଶସ୍ତା ସ୍କୁଟର ମଧ୍ୟରୁ ଗୋଟିଏ ।
ଲୁକ୍ ଓ ଡିଜାଇନ୍ରେ ଏହା ପୂର୍ବରୁ ଥିବା ‘Knight’ ମଡେଲ୍ ଭଳି । ଏଥିରେ ୧.୮ କିଲୋୱାଟ୍ର ପୋର୍ଟେବଲ୍ ଲିଥିୟମ ଆଇରନ ଫସ୍ଫେଟ୍ (ଏଲଏଫପି) ବ୍ୟାଟେରୀ ମିଳିଥାଏ ।
କମ୍ପାନୀର ଦାବି ଅନୁଯାୟୀ, ସ୍କୁଟର ସିଙ୍ଗଲ୍ ଚାର୍ଜରେ ୧୦୦ କିମିର ଡ୍ରାଇଭିଂ ରେଞ୍ଜ ଦେଇଥାଏ । ଏହି ସ୍କୁଟରରେ ୧.୫ କିଲୋୱାଟ୍ ମୋଟର ଲାଗିଛି । ଏହାର ଟପ୍ ସ୍ପିଡ୍ ୫୫ କିଲୋମିଟର ପ୍ରତି ଘଣ୍ଟା ରହିଛି ।
ଏହି ରିମୁବେବଲ ବ୍ୟାଟେରୀକୁ ଘରେ ହିଁ ଚାର୍ଜ କରାଯାଇପାରିବ । ଯାଦ୍ୱାରା ଗ୍ରାହକଙ୍କୁ ଚାର୍ଜିଂର ଚିନ୍ତା ରହିବ ନାହିଁ । ଏହାର ବ୍ୟାଟେରୀ ୩ ଘଣ୍ଟାରେ ଚାର୍ଜ ହୋଇଯାଇଥାଏ ।
ଏହି ସ୍କୁଟରରେ ହିଲ୍ ହୋଲ୍ଡ କଣ୍ଟ୍ରୋଲ ସିଷ୍ଟମ ମଧ୍ୟ ଦିଆଯାଇଛି। ଯାହାକି ଉଠାଣି ଓ ଗଡାଣି ରାସ୍ତାରେ ଅନିୟନ୍ତ୍ରିତ ହେବାକୁ ଦେଇନଥାଏ ।
ଏହା ବ୍ୟତୀତ କ୍ରୁଜ କଣ୍ଟ୍ରୋଲ ରହିଛି । ଏଥିରେ ୟୁଏସବି ଚାର୍ଜିଂ ପୋର୍ଟ ମଧ୍ୟ ଦିଆଯାଇଛି । ଏହି ସ୍କୁଟରକୁ ପ୍ରାୟ ୬ଟି ରଙ୍ଗ ବିକଳ୍ପରେ ଲଞ୍ଚ କରାଯାଇଛି । ଯେଉଁଥିରେ ସିଙ୍ଗଲ୍ ଟୋନ୍ ଭାରିଆଣ୍ଟରେ ଧଳା ଓ କଳା ରଙ୍ଗରେ ଉପଲବ୍ଧ । ଡୁଆନ୍ ଟୋନ୍ରେ ନୀଳ, ଲାଲ, ହଳଦିଆ ଓ ଗ୍ରେ ରଙ୍ଗ ମଧ୍ୟ ସାମିଲ ରହିଛି । କମ୍ପାନୀ ଏସବୁର ବୁକିଙ୍ଗ୍ ଆରମ୍ଭ କରି ଦେଇଛି । ଯାହା ଅଫିସିଆଲ୍ ୱେବସାଇଟ୍ ଓ ଡିଲରସିପ୍ର ମାଧ୍ୟମରେ ବୁକ କରାଯାଇପାରିବ । ଏହାର ଡେଲିଭରି ୨୦ ଅଗଷ୍ଟରୁ ଆରମ୍ଭ ହେବ ।
ଦେଖନ୍ତୁ ଭିଡିଓ .. ବ୍ୟକ୍ତିଙ୍କ ପାଗଳାମି; ପ୍ରଖର ପାଣି ସୁଅରେ ନେଲେ ଟ୍ରାକ୍ଟର, ତା’ପରେ



