www.samajalive.in
Sunday, December 7, 2025
16.1 C
Bhubaneswar

ଭଲ ହେଉନି ଗୋଡ଼ ଘା ; ଶଯ୍ୟାଶାୟୀ ପତ୍ନୀ, ଚିକିତ୍ସା ଚିନ୍ତାରେ ସ୍ୱାମୀ

ହରଭଙ୍ଗା : ସକାଳ ପାଇଲେ ପେଟ ଚାଖଣ୍ତ କଥା ଚିନ୍ତା କରୁ କରୁ ଦିନ ସରିଯାଏ। ତଥାପି ତିନି ପୁଅ, ଝିଅ ପତ୍ନୀକୁ ନେଇ ୫ ପ୍ରାଣୀକୁଟୁମ୍ବ ହସଖୁସିରେ ଜୀବନ ବିତାଉଥିଲେ। ମାତ୍ର ପତ୍ନୀ ବର୍ତମାନ ଏକ ଅଜଣା ରୋଗରେ ଆକ୍ରାନ୍ତ। ଗତ ଏକମାସ ତଳେ ପତ୍ନୀଙ୍କ ଗୋଡ଼ରେ ସାଧାରଣ ଛୋଟ ଘାଟିଏ ହୋଇଥିଲା। ଘା ଧୀରେ ଧୀରେ ବଢ଼ିବା ସହିତ ଭଲ ହେଉନାହିଁ। ଶେଷରେ ପତ୍ନୀ ଏବେ ଚାଲିବୁଲି ନପାରି ଖଟିଆରେ ପଡି କଷ୍ଟରେ ଛଟପଟ ହେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ବଳଦମୁଣ୍ଡା ସାହିର ସ୍ୱାମୀ କୃଷ୍ନ ମୁଖିଙ୍କ ପତ୍ନୀ ମଞ୍ଜୁ ମୁଖିଙ୍କ କ୍ଷେତ୍ରରେ। ପରିବାର କହିଲେ ଛୋଟଛୋଟ ୩ଟି ପୁଅଝିଅ ସାଙ୍ଗକୁ ସ୍ତ୍ରୀ ମଞ୍ଜୁ ମୁଖୀଙ୍କୁ ନେଇ। ସ୍ୱାମୀ, ସ୍ତ୍ରୀ ମୁଲ ମଜୁରୀ କଲେ ଚୁଲି ଜଳେ। ଗୋଡ଼ ଘା ଭଲ ହେଉନଥିବାରୁ ପତ୍ନୀ ଏବେ ଶଯ୍ୟାଶାୟୀ। ଗୋଟିଏ ପଟେ ପିଲାଛୁଆଙ୍କ ଚିନ୍ତା ଅନ୍ୟପଟେ ପତ୍ନୀର ଚିକିତ୍ସା ଚିନ୍ତାରେ ସ୍ୱାମୀ କୃଷ୍ଣ ପୁରା ଭାଙ୍ଗିପଡିଲେଣି। ଦିନ ତମାମ ସ୍ତ୍ରୀ ପିଲା ଛୁଆଙ୍କ ସେବାରେ ନିଜକୁ ନିୟୋଜିତ କରି ଚାଲି ଥିବାବେଳେ କାମଧନ୍ଦା କରିବାରେ ଅସମର୍ଥ ହୋଇ ପଡିଛନ୍ତି କୃଷ୍ଣ। ଏଭଳି ଅବସ୍ଥାରେ ପରିବାରର ଅବସ୍ଥା ଦେଖି ତୁରନ୍ତ ସରକାର ଚିକିତ୍ସା ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

୬୦ ହଜାରରୁ ବି କମ୍‌; ଜବରଦସ୍ତ ରେଞ୍ଜ, ଲଞ୍ଚ ହେଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର..

ଜନ୍ମାଷ୍ଟମୀ ପରେ କେତୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ ; ଏହି ରାଶି ହେବେ ମାଲାମାଲ୍‌, ମିଳିବ ଧନ, ସନ୍ତାନ ସୁଖ..

- Advertisement -

ଦେଖନ୍ତୁ ଭିଡିଓ .. ବ୍ୟକ୍ତିଙ୍କ ପାଗଳାମି; ପ୍ରଖର ପାଣି ସୁଅରେ ନେଲେ ଟ୍ରାକ୍ଟର, ତା’ପରେ

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories