www.samajalive.in
Sunday, December 14, 2025
16.1 C
Bhubaneswar

ଜାତୀୟ ସୈନିକ ସ୍ମାରକୀକୁ ଯିବା କୌଣସି ତୀର୍ଥସ୍ଥାନକୁ ଯିବା ସହ ସମାନ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ କି ବାତରେ ପ୍ରଧାନମନ୍ତ୍ରୀ ଜାତୀୟ ସୈନିକ ସ୍ମାରକୀକୁ ତୀର୍ଥସ୍ଥାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ସ୍ମାରକୀ ଦିଲ୍ଲୀର କେନ୍ଦ୍ରସ୍ଥଳ ଇଣ୍ଡିଆ ଗେଟ୍ ଏବଂ ଅମର ଯବାନ ଜ୍ୟୋତି ପାଖରେ ନିର୍ମାଣ କରାଯାଇଛି। ସେ କହିଛନ୍ତି, ଦେଶବାସୀଙ୍କ ପାଇଁ ଜାତୀୟ ସୈନିକ ସ୍ମାରକୀକୁ ଯିବା କୌଣସି ତୀର୍ଥସ୍ଥାନକୁ ଯିବା ସହ ସମାନ ହେବ ଏବଂ ଏହା ସ୍ୱାଧୀନତା ପରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନମାନଙ୍କ ପ୍ରତି ରାଷ୍ଟ୍ରର କୃତଜ୍ଞତାର ପ୍ରତୀକ ହେବ। ଜାତୀୟ ସୈନିକ ସ୍ମାରକୀର ରୂପରେଖ ଚାରୋଟି ଚକ୍ର ଉପରେ କେନ୍ଦ୍ରିତ ଯେଉଁଥିରେ ଜଣେ ସୈନିକର ଜନ୍ମଠାରୁ ଆତ୍ମବଳିଦାନ ପର୍ୟ୍ୟନ୍ତ ଯାତ୍ରାର ଚିତ୍ରଣ ରହିଛି ।

ପ୍ରଥମ ଚକ୍ର ଅମରଚକ୍ର ସୈନିକର ଅମରତ୍ୱର ପ୍ରତୀକ ବହନ କରୁଥିବା ବେଳେ ଦ୍ୱିତୀୟ ଚକ୍ର ବୀରତ୍ୱର ଚକ୍ର ସୈନିକମାନଙ୍କ ବୀରତ୍ୱ ଏବଂ ସାହସିକତାକୁ ପ୍ରଦର୍ଶିତ କରୁଛି । ତୃତୀୟ ଚକ୍ର ତ୍ୟାଗଚକ୍ର ସୈନିକମାନଙ୍କ ବଳିଦାନକୁ ପ୍ରଦର୍ଶିତ କରୁଥିବା ବେଳେ ଚତୁର୍ଥ ଚକ୍ର ରକ୍ଷକ ଚକ୍ର ସୁରକ୍ଷାକୁ ପ୍ରଦର୍ଶିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରୀୟ ସୈନିକ ସ୍ମାରକୀର ପରିଚୟ ଗୋଟିଏ ଏଭଳି ସ୍ଥାନ ଯେଉଁଠି ଲୋକେ ଦେଶର ମହାନ ଶହୀଦମାନଙ୍କ ବିଷୟରେ ସୂଚନା ପ୍ରାପ୍ତ କରିବାକୁ, ନିଜର କୃତଜ୍ଞତା ଜଣାଇବାକୁ, ସେମାନଙ୍କ ଉପରେ ଗବେଷଣା କରିବାକୁ ଆସିବେ ।

- Advertisement -

ପ୍ରଧାନମନ୍ତ୍ରୀ ସେମାନଙ୍କୁ ସ୍ମରଣ କରି କହିଛନ୍ତି, ସ୍ମାରକୀରେ ସେହି ବଳିଦାନୀମାନଙ୍କ କାହାଣୀ ରହିଛି ଯେଉଁମାନେ ଦେଶ ପାଇଁ ନିଜ ପ୍ରାଣବଳି ଦେଇଛନ୍ତି ଯାହାଦ୍ୱାରା ଆମେ ଜୀବିତ ରହିପାରିବା, ଦେଶ ସୁରକ୍ଷିତ ରହିପାରିବ ଏବଂ ପ୍ରଗତି କରିପାରିବ । ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ସମସ୍ତେ ଜାତୀୟ ସୈନିକ ସ୍ମାରକୀ ଏବଂ ଜାତୀୟ ପୁଲିସ ସ୍ମାରକୀ ନିଶ୍ଚୟ ଦେଖିବାକୁ ଯିବେ। ସେ କହିଛନ୍ତି, ’ଆପଣ ସେଠାକୁ ଗଲେ, ସେଠାରେ ଉଠାଇଥିବା ନିଜର ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ବାଣ୍ଟିବେ, ଯାହାଫଳରେ ଅନ୍ୟମାନେ ମଧ୍ୟ ଏଥିରୁ ପ୍ରେରଣା ପାଇପାରିବେ ଏବଂ ସେମାନେ ମଧ୍ୟ ଏହି ପବିତ୍ର ସ୍ଥଳ, ଏହି ସ୍ମାରକୀ ଦେଖିବାକୁ ଉତ୍କଣ୍ଠିତ ହେବେ।’

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories