ଦାନ କଲେ ପୁଣ୍ୟ ମିଳେ ସତ, କିନ୍ତୁ ଏସବୁ ଜିନିଷ ଦାନ କଲେ ଆସିବ ଦୁର୍ଭାଗ୍ୟ
ସାଧାରଣତଃ ଦାନ କଲେ ପୁଣ୍ୟ ମିଳେ ବୋଲି କୁହାଯାଏ। ଆମେ ମଧ୍ୟ ଦରିଦ୍ର କିମ୍ବା ଅସହାୟମାନଙ୍କୁ ଜିଛି ଜିନିଷ ଦାନ କରିଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଏପରି କିଛି ଜିନିଷ ରହିଛି ଯାହାକୁ ଦାନ କରିବା ଦ୍ବାରା ପୁଣ୍ୟ ମିଳିବା ପରିବର୍ତ୍ତେ ଆମର କ୍ଷତି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, କେଉଁ ଜିନିଷକୁ ଦାନ ଆକାରରେ ଦେବା ଉଚିତ ନୁହେଁ –
-ଭୋକିଲା ଲୋକକୁ ଭୋଜନ ଦେବା ସବୁଠାରୁ ପୂଣ୍ୟର କାମ ବା ଦାନ। କିନ୍ତୁ ଯଦି ତାହା ବାସୀ ଖାଦ୍ୟ ତେବେ ଏହାକୁ ଦାନ କରିବା ଅଶୁଭ ହୋଇଥାଏ। ଏହା ଦ୍ୱାରା ମା’ ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଥା’ନ୍ତି। ଫଳରେ ଘରେ ଅନ୍ନର ଅଭାବ ଦେଖାଦିଏ।
-ଦରିଦ୍ରକୁ ବସ୍ତ୍ର ଦାନ କରିବା ଉଚିତ। ହେଲେ ପୁରୁଣା କିମ୍ବା ଚିରା ଲୁଗା ଦାନ କରିବା ଉଚିତ ନୁହେଁ। ଏପରି କଲେ ମା’ ଲକ୍ଷ୍ମୀ କ୍ରୋଧିତ ହୋଇଥା’ନ୍ତି। ଫଳରେ ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ।
-ଭୁଲରେ ମଧ୍ୟ କାହାକୁ ଝାଡ଼ୁ ଦାନ କରନ୍ତୁ ନାହିଁ। ନଚେତ୍ ବ୍ୟବସାୟରେ କ୍ଷତି ହେବା ସହ ଘରେ ମଧ୍ୟ ଧନର ଅଭାବ ଦେଖାଦେବ।
-ଶାସ୍ତ୍ରରେ ବାସନ ଦାନକୁ ମଧ୍ୟ ବର୍ଜନୀୟ ବୋଲି କୁହାଯାଇଛି। ବିଶେଷକରି ଷ୍ଟିଲ୍ ବାସନ ଦାନ କଲେ ଘରୁ ସୁଖ ଶାନ୍ତି ଦୂର ହୋଇଯାଏ।
-ଲୁହା ଜିନିଷ କାହାକୁ ଦାନ କରନ୍ତୁ ନାହିଁ, ବିଶେଷ କରି ଲୁହାର କୌଣସି ଧାରୁଆ ଜିନିଷ ଦାନ କରିବା ଅଶୁଭ ହୋଇଥାଏ। ଏହାଦ୍ୱାରା ଆପଣଙ୍କର କରଜ ବୃଦ୍ଧି ହୋଇଥାଏ।