www.samajalive.in
Sunday, December 14, 2025
19.1 C
Bhubaneswar

କଣ୍ଠଶିଳ୍ପୀ କୁନମୁନଙ୍କୁ ଆଲବମ ପରେ ଚଳଚ୍ଚିତ୍ରରେ ସୁଯୋଗ 

ପାଟଣା  : ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖରୀ ପଞ୍ଚାୟତର ମଲ୍ଲିପଶି ଗ୍ରାମ l  ଏହି ଗ୍ରାମର ମାଟି କାରିଗରମାନଙ୍କ ଟେରାକୋଟା, ସମଗ୍ର ଦେଶରେ ନା କରିଥିବା ବେଳେ ୮ ବର୍ଷ ହେଲା ୩ ଟି ରଥରେ ଘୋଷଯାତ୍ରା କରି ଗ୍ରାମର ସୁନାମ ବୃଦ୍ଧି ହୋଇଛି। ଏହି ଗ୍ରାମର ଅବସରପ୍ରାପ୍ତ ସୈନିକ ଜଗଦୀଶ ରଣା ଓ ସ୍ୱୟଂ ପ୍ରଭାରଣାଙ୍କ ଏକମାତ୍ର କନ୍ୟା ସନ୍ତାନ କୁନମୁନ ରଣା ଓରଫ ଯସ୍ମୀନ l ମଲ୍ଲିପଶିରେ   କୁନମୁନଙ୍କ ପ୍ରତିଭା  ବେଶ ଜଣାଶୁଣା  ।ଏକ ମାତ୍ର କନ୍ୟା ସନ୍ତାନଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବା ଓ ତାକୁ ଜଣେ ଆଗ ଧାଡ଼ିର କଣ୍ଠଶିଳ୍ପୀ ଭାବେ ଗଢି ତୋଳିବାକୁ ପିତାମାତାଙ୍କ ପ୍ରେରଣା କୁନମୁନକୁ ସହାୟ ହୋଇଛି।ଏଯାବତ ଆଲବମରେ ୩ ଶହରୁ ଅଧିକ ଆଧୁନିକ ଗୀତ ଓ ଭଜନ ଗାଇ ସାରିଥିବା କୁନମୁନ  ,ଏବେ ଚଳଚ୍ଚିତ୍ର ରେ କଣ୍ଠଦାନ କରି ନିଜ ସଫଳତାର ଆଉ ଗୋଟିଏ ପାଦ ଅତିକ୍ରମ କରିଛନ୍ତି।ଜି-ସାର୍ଥକ ପ୍ରଯୋଜିତ ‘ପାରି କରିବେ ମୋ ଭୋଳା ଶଙ୍କର -୪, ଚଳଚ୍ଚିତ୍ରରେ ସେ  କଣ୍ଠଦାନ କରିଛନ୍ତି l ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ   ନିକଟରେ କୃତଜ୍ଞ ବୋଲି କହିଛନ୍ତି ସେ । ଗତକାଲି ଏହି ଚଳଚ୍ଚିତ୍ର ର ମହୂରତରେ ମଧ୍ୟ କୁନମୁନ ସାମିଲ ଥିଲେ।ଚଳଚ୍ଚିତ୍ରଟି ଚଳିତ ମାସ ୧୦ ତାରିଖ ସନ୍ଧ୍ୟା ୬ ଟା ୩୦ରେ ଜି-ସାର୍ଥକରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି। କୁନମୁନ ଏହି ଚଳଚ୍ଚିତ୍ରର ଟାଇଟେଲ  ଗୀତ  ଗାଇ,   ଖୁସି ଅଛନ୍ତି l

 

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories