www.samajalive.in
Wednesday, December 10, 2025
18.1 C
Bhubaneswar

କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ରାଜ୍ୟର ସମସ୍ତ ଥାନା ଘେରାଉ ହେବ: ଭକ୍ତ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସପ୍ତାହବ୍ୟାପୀ ନାରୀ ନ୍ୟାୟଯାତ୍ରା କରିବ କଂଗ୍ରେସ । ଆସନ୍ତା ୮ ତାରିଖ ଶୁକ୍ରବାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୩ ଦୁବୃର୍ତ୍ତଙ୍କ ଗିରଫ ଦାବିରେ କଟକ ସ୍ଥିତ ପୋଲିସ୍ ଡିଜି କାର୍ଯ୍ୟାଳୟକୁ କଂଗ୍ରେସ କର୍ମୀ ଘେରାଉ କରିବେ। ସେଦିନ ସକାଳ ୧୦ ଟାରେ ଘେରାଉ କାର୍ଯ୍ୟକ୍ରମ ଆରମ୍ଭ ହେବ । ମହିଳାଙ୍କ ସୁରକ୍ଷା ଦିଗରେ ସଚେତନ ମହିଳା ଓ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସଂଗଠନ ବହୁ ସଂଖ୍ୟାରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ପିସିସି ସଭାପତି ଭକ୍ତ ଦାସ ଆହ୍ଵାନ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଗତ ୨ ତାରିଖ ଶନିବାର ସନ୍ଧ୍ୟାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ପକ୍ଷରୁ ପିସିସି ସଭାପତି ସରକାରଙ୍କୁ ସାତ ଦିନର ମହଲତ ଦେଇଥିଲେ।

ଏହାପରେ ଆସନ୍ତା ୧୦ ଅଗଷ୍ଟ, ରବିବାର ପୂର୍ବାହ୍ନ ଆଠଟା ତିରିଶରେ ଦିବଂଗତ ବଳଙ୍ଗା ନାବାଳିକାଙ୍କ ପାଇଁ ‘ନାରୀ ନ୍ୟାୟ ପଦଯାତ୍ରା’ ବାୟାବର ଗାଁରୁ ବାହାରି ନିମାପଡ଼ାରେ ପହଞ୍ଚିବ। ଏଥିରେ ଯୋଗଦେଇ ବଳଙ୍ଗା ପୀଡ଼ିତାଙ୍କ ପାଇଁ  ନ୍ୟାୟ ନିମନ୍ତେ ଲଢେଇରେ ସାମିଲ ହେବାକୁ ଭକ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ,  ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆସନ୍ତା ୧୪ ତାରିଖରେ ବାଲେଶ୍ଵରରେ ହେବାକୁ ଥିବା ନାରୀ ନ୍ୟାୟ ପଦଯାତ୍ରାର କାର୍ଯ୍ୟସୂଚୀ ମଧ୍ୟ ଭକ୍ତ ଘୋଷଣା କରିଛନ୍ତି। ୧୪ ତାରିଖ ଗୁରୁବାର ପୂର୍ବାହ୍ନ  ୯ ଟାରେ ଫକୀରମୋହନ କଲେଜ ପାଖରୁ ନାରୀ ନ୍ୟାୟ ପଦଯାତ୍ରାରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଅନ୍ୟ ସମସ୍ତଙ୍କୁ ନେଇ ଦଳ ପକ୍ଷରୁ ନଗର ପରିକ୍ରମା କରାଯିବ।

- Advertisement -

ସୂଚନାଯୋଗ୍ୟ, ଯେଉଁମାନଙ୍କ ଚାପରେ ବାଲେଶ୍ଵର ପୀଡ଼ିତାଙ୍କ ପାଇଁ ଏଫ୍ଆଇଆର୍ ସୁଦ୍ଧା ରୁଜୁ କରାଗଲା ନାହିଁ, ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ତଦନ୍ତ ପରିସର ଭୁକ୍ତ କରିବାକୁ ଭକ୍ତ ଦାବି କରିଛନ୍ତି। ଉପରୋକ୍ତ ସମସ୍ତ ଦାବି ପୂରଣ ନ ହେଲେ ସପ୍ତାହବ୍ୟାପୀ ରାଜ୍ୟର ସମସ୍ତ ଥାନାର ଘେରାଉ କାର୍ଯ୍ୟକ୍ରମ କଂଗ୍ରେସ କରିବ ବୋଲି ପିସିସି ସଭାପତି ଚେତାବନୀ ଦେଇଛନ୍ତି ।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories