ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖରୀ ପଞ୍ଚାୟତର ମଲ୍ଲିପଶି ଗ୍ରାମ l ଏହି ଗ୍ରାମର ମାଟି କାରିଗରମାନଙ୍କ ଟେରାକୋଟା, ସମଗ୍ର ଦେଶରେ ନା କରିଥିବା ବେଳେ ୮ ବର୍ଷ ହେଲା ୩ ଟି ରଥରେ ଘୋଷଯାତ୍ରା କରି ଗ୍ରାମର ସୁନାମ ବୃଦ୍ଧି ହୋଇଛି। ଏହି ଗ୍ରାମର ଅବସରପ୍ରାପ୍ତ ସୈନିକ ଜଗଦୀଶ ରଣା ଓ ସ୍ୱୟଂ ପ୍ରଭାରଣାଙ୍କ ଏକମାତ୍ର କନ୍ୟା ସନ୍ତାନ କୁନମୁନ ରଣା ଓରଫ ଯସ୍ମୀନ l ମଲ୍ଲିପଶିରେ କୁନମୁନଙ୍କ ପ୍ରତିଭା ବେଶ ଜଣାଶୁଣା ।ଏକ ମାତ୍ର କନ୍ୟା ସନ୍ତାନଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବା ଓ ତାକୁ ଜଣେ ଆଗ ଧାଡ଼ିର କଣ୍ଠଶିଳ୍ପୀ ଭାବେ ଗଢି ତୋଳିବାକୁ ପିତାମାତାଙ୍କ ପ୍ରେରଣା କୁନମୁନକୁ ସହାୟ ହୋଇଛି।ଏଯାବତ ଆଲବମରେ ୩ ଶହରୁ ଅଧିକ ଆଧୁନିକ ଗୀତ ଓ ଭଜନ ଗାଇ ସାରିଥିବା କୁନମୁନ ,ଏବେ ଚଳଚ୍ଚିତ୍ର ରେ କଣ୍ଠଦାନ କରି ନିଜ ସଫଳତାର ଆଉ ଗୋଟିଏ ପାଦ ଅତିକ୍ରମ କରିଛନ୍ତି।ଜି-ସାର୍ଥକ ପ୍ରଯୋଜିତ ‘ପାରି କରିବେ ମୋ ଭୋଳା ଶଙ୍କର -୪, ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି l ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ସେ । ଗତକାଲି ଏହି ଚଳଚ୍ଚିତ୍ର ର ମହୂରତରେ ମଧ୍ୟ କୁନମୁନ ସାମିଲ ଥିଲେ।ଚଳଚ୍ଚିତ୍ରଟି ଚଳିତ ମାସ ୧୦ ତାରିଖ ସନ୍ଧ୍ୟା ୬ ଟା ୩୦ରେ ଜି-ସାର୍ଥକରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି। କୁନମୁନ ଏହି ଚଳଚ୍ଚିତ୍ରର ଟାଇଟେଲ ଗୀତ ଗାଇ, ଖୁସି ଅଛନ୍ତି l



