www.samajalive.in
Monday, December 15, 2025
16.1 C
Bhubaneswar

ସରୁନି ସୁରକ୍ଷା ପ୍ରାଚୀର, ନାହିଁ ବିପଦ ସୂଚନା: ଏଆଇ କ୍ୟାମେରା ଲଗାଇବାକୁ ଅନୁରୋଧ

ରଣପୁରଗଡ : ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ଉଦବେଗ ପ୍ରକାଶ କରିଛନ୍ତି। ବରିଷ୍ଠ ମନ୍ତ୍ରୀ  ପୃଥିରାଜ ହରିଚନ୍ଦନ ପୂର୍ତ୍ତବିଭାଗ ରାସ୍ତା କାମ ତ୍ୱରାନ୍ୱିତ କରିବା ଚୁକ୍ତିନାମା ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଏ ଆଇ କ୍ୟାମେରା ଦ୍ୱାରା ତଦାରଖ ପାଇଁ ନିଷ୍ପତି ନେଇଥିବା ଜଣାପଡିଛି। କିନ୍ତୁ ବର୍ଷ ବର୍ଷ ଧରି ଚୁକ୍ତିନାମାକୁ ବେଖାତିର କରାଯାଉଛି। ନିର୍ମାଣାଧିନ କାର୍ଯ୍ୟ ବିପଦ ସଙ୍କେତ ନଥିବାରୁ ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଜୀବନ ଯାଉଛି। ଦର୍ପନାରାୟଣପୁରଠାରୁ ରଣପୁର ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତୀକରଣ କ୍ଷେତ୍ରରେ ତିନି ବର୍ଷଧରି ନିର୍ମାଣ ଚାଲିଛି  । ଏହାର ଲମ୍ବ ମାତ୍ର ୧୩ କିଲୋମିଟର।

ବଜ୍ରକେ।ଟ ନିକଟ ରାସ୍ତା କଡରେ ଦୁଇଟି ପେ।ଖରୀ ରହିଛି ଯେଉଁଠାରେ ସୁରକ୍ଷା ବାଡ ମଧ୍ୟ ନିର୍ମାଣାଧିନ ଅବସ୍ଥାରେ ରହିଛି। ବିପଦ ଶଙ୍କୁଳ ଥିଲେ ମଧ୍ୟ ସୂଚନା ସଙ୍କେତ ନାହିଁ। ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ତିନିରୁ ଅଧିକ ମୃତ ଓ ୧୦ରୁ ଅଧିକ ଆହତ ହେଲେଣି। ଗତ ଅଗଷ୍ଟ ୩ ତାରିଖ ବିଳମ୍ବିତ ରାତିରେ ଏକ ଦୁର୍ଘଟଣାରୁ ଅଳ୍ପକେ ଜୀବନ ବଞ୍ଚିଥିବା ଜଣାପଡିଛି। ପୁର୍ତ୍ତବିଭାଗ ଅଧିଖଣ୍ଡ ଯନ୍ତ୍ରୀ ରାଧେଶ୍ୟାମ କୁହନ୍ତି ଦିନେ ଦୁଇ ଦିନ ମଧ୍ୟରେ ସୁରକ୍ଷା ସଙ୍କେତ ରଣପୁର ଯନ୍ତ୍ରୀ ଦୟାନିଧି ରାୟଗୁରୁଙ୍କୁ କହି ମରାଯିବ। ବିଭାଗୀୟ ଉଚ୍ଚ ଅଧିକାରୀ ଦର୍ପନାରାୟଣପୁର ରଣପୁର ରାସ୍ତା ଏ ଆଇ କ୍ୟାମେରା ଦ୍ୱାରା ସର୍ବେକ୍ଷଣ କରିବା ପାଇଁ ସାଧାରଣରେ ଅନୁରୋଧ କରାଯାଇଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories