ରଣପୁରଗଡ: ଜଳ ବହୁଳେ ସୣଷ୍ଟି ନାଶ, ଜଳ ବିହୁନେ ସୣଷ୍ଟି ନାଶ। ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ମରୁଡି ସମୟରେ ଉଠା ଜଳସେଚନ ବିଭାଗର ଅଣଦେଖା ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ଅପରପକ୍ଷରେ ରୁଆଧାନ ଜଳୁଛି। ରଣପୁର ପାହାଡିଆ ଅଞ୍ଚଳ ହେ।ଇଥିବାବେଳେ ମନ୍ଦାକିନୀ ନଦୀ କିଛି ପଞ୍ଚାୟତ ଜମିକୁ ଉଠା ଜଳସେଚନ ବିଭାଗ ଉଠା ପ୍ରକଳ୍ପ ମାଧ୍ୟମରେ ଜଳସେଚିତ କରିଥାଏ। ଲତାର, ବଳରାମପୁର ଠାରୁ ଆରମ୍ଭ କରି ନଦୀ କୂଳ ଅନେକ ସ୍ଥାନରେ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ପ୍ରକଳ୍ପ ବସାଇଥିଲେ। ପରିଚାଳନା ଦାୟିତ୍ୱ ଚାଷୀ କମିଟି ଗଠନ କରି ଦିଆଯାଇଥିଲା। ତଦାରଖ କିମ୍ବା ସୁପରଭିଜନ ଦାୟିତ୍ୱ ଉଠା ଜଳସେଚନ ବିଭାଗ ହାତରେ। ଲତାର ଓ ବଳରାମପୁର ମୌଜାରେ ବସିଥିବା ପ୍ରକଳ୍ପ କମିଟିର କର୍ମକର୍ତ୍ତା ମନଇଚ୍ଛା ପ୍ରକଳ୍ପ ଚଳାଇ କିଛି ଚାଷୀଙ୍କ ଜମି କୁ ଜଳ ଛାଡୁ ନଥିବା ଅଭିଯୋଗ ହୋଇଛି। ଅନେକ ପ୍ରକଳ୍ପ ଅଚଳ ହୋଇପଡିଛି। ସୁପରଭିଜନ ଦାୟିତ୍ୱ ରେ ଥିବା ଉଠା ଜଳସେଚନ ବିଭାଗ ନିଦା ବିଷ୍ଣୁ ପାଲଟିଛି। ଚାଷୀଙ୍କ ରୁଆ ଧାନ ଜଳିବା ଯୋଗଁ ଚାଷୀ ଚିନ୍ତାରେ ପଡିଛି। ସେପଟେ ଏ ନେଇ ଉଠା ଜଳସେଚନ ବିଭାଗ ଯନ୍ତ୍ରୀ ଗତିକୣଷ ମଲ୍ଲିକ କହିଛନ୍ତି ଆମର କର୍ମଚାରୀ ଅଭାବ ତଥାପି ଆମେ ଠିକାଦାର ମାଧ୍ୟମରେ ଗାଁ ଗାଁ ରେ କହିଥିଲୁ ଅଭାବ ଅସୁବିଧା ଅନଲାଇନ ରେ ଆବେଦନ କରିବା ପାଇଁ। ଯେହେତୁ ଠିକାଦାର ର ପାଞ୍ଚବର୍ଷ ଗ୍ୟାରେଣ୍ଟି ଅଛି। ବଳରାମପୁର ର ଜଣେ ସଭାପତି ଆବେଦନ କରିଥିଲେ, ତାଙ୍କୁ ନୂଆ ମୋଟର ଯେ।ଗାଇ ଦିଆଯାଇଛି।
Popular Categories



