www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଚାୟତ ସ୍ତରୀୟ ବାଲ୍ୟବିବାହ ନିଷେଧ ସଚେତନତା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ଆଇସିଡିଏସ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଓ ବାଲ୍ୟବିବାହ ନିଷେଧ ଟ୍ରାସ୍କ ଫୋର୍ସର ସଚେତନତା  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସରପଞ୍ଚ ଗୌତମ ବର୍ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଏ ଡିଇଓ ରବୀନ୍ଦ୍ର କୁମାର ନାୟକ, ଶ୍ରୀକାନ୍ତ ମାଲେଟି ପ୍ରମୁଖ ମଞ୍ଚାସିନ ରହିଥିଲେ । ୧୮ବର୍ଷ କମ୍ ବୟସର ବାଳିକା ଓ ୨୧ବର୍ଷ ବୟସରୁ କମ୍ ପୁଅଙ୍କୁ ବିବାହ କରିବା ଆଇନ ଅନୁଯାୟୀ ଅପରାଧ। ଝିଅକୁ ୧୮ରୁ ଉର୍ଦ୍ଧ୍ବ ଓ ପୁଅକୁ ୨୧ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ଶୁଭ କାମନା କରିପାରିବ ବୋଲି ବୁଝାଇଥିଲେ। ଯଦି କୌଣସି ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ନଜରକୁ ଆସେ ତାହା ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ, ଆଇସିଡିଏସ,ଜିଲା ଶିଶୁ ସୁରକ୍ଷା ଅଧିକାରୀ, ନିକଟସ୍ଥ ଅଙ୍ଗନବାଡି କର୍ମୀ, ସୁପ୍ରଭାଇଜରମାନଙ୍କୁ ଜଣାଇବ। ସମସ୍ତ ଶିଶୁ ପାଠ ପଢା କରିବେ, ଶିଶୁ ଶ୍ରମିକ ଭାବେ  କାର୍ଯ୍ୟ ନ କରିବାକୁ ବୁଝାଇଥିଲେ। ଏଥିରେ ଅଙ୍ଗନବାଡି କର୍ମୀ, ଆଶା, କିଶୋରୀ ବାଳିକା ଉପସ୍ଥିତ ରହିଥିଲେ। ସମସ୍ତଙ୍କୁ ନେଇ ଶପଥ ପାଠ କରାଯାଇଛି। ଏଥିରେ ଆଠ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସେମାନେ ବର୍ଷକୁ ୪ ଥର ବା ତିନିମାସ ଥରେ ଲେଖାଏଁ ବୈଠକ କରି ଅଞ୍ଚଳର ସମସ୍ତ ଶିଶୁ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଆବଶ୍ୟକ ସ୍ଥଳେ ବ୍ଲକ ଓ ଜିଲା ଅଧିକାରୀଙ୍କୁ ସୂଚନା ଦିଆଯିବ ବୋଲି ନିଷ୍ପତି ନିଆଯାଇଛି। ଉପସ୍ଥିତ ଥିବା ସମସ୍ତଙ୍କୁ ୧୦୯୮ ନମ୍ବରରେ ଅଙ୍ଗନବାଡି ବା ଶିଶୁ ସୁରକ୍ଷା କେନ୍ଦ୍ରର ଓ ୧୮୦୦୪୧୯୧୮୧୩ ସମ୍ପର୍କ ହେଲ୍ପ ଲାଇନ ନମ୍ବର ଦିଆଯାଇଛି।

୪୮ ଘଣ୍ଟା ପରେ ଶନି-ଗୁରୁଙ୍କ ଶକ୍ତିଶାଳୀ ରାଜଯୋଗ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ଗୋଟିଏ ପରେ ଗୋଟିଏ ସଫଳତା, ହଠାତ୍‌ ହେବେ ଧନୀ..

- Advertisement -

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories