www.samajalive.in
Saturday, December 6, 2025
17.1 C
Bhubaneswar

ବାସ୍ତୁ.. ସମ୍ପର୍କରେ ତିକ୍ତତା, ଘରୁ କଳହ, ଅଶାନ୍ତି ଦୂର କରେ ଘରେ ଥିଲେ ଏହି ଖାସ୍‌ ଗଛ, ଦାମ୍ପତ୍ୟ ଜୀବନରେ ବି ଆସେ ମଧୁରତା..

ଅନେକ ଥର ଦେଖାଯାଏ, ଘରେ ବିନା କୌଣସି କାରଣରେ ଅଶାନ୍ତି ଓ କଳହ ଲାଗି ରହିଥାଏ । ଛୋଟ ଛୋଟ କଥାରେ ଘରେ ଝଗଡା ସହ ସମସ୍ୟା ଲାଗି ରହିଥାଏ । ବାସ୍ତୁ ଶାସ୍ତ୍ରରେ ଏସବୁ ସମସ୍ୟାର ସମାଧାନ ପାଇଁ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି । ବାସ୍ତୁରେ କିଛି ଗଛ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଯାହାକୁ ଘରେ ଆଣି ରଖିଲେ ଘରୁ ଅଶାନ୍ତି ଦୂର ହୋଇଥାଏ । ଏହାସହ ଘରେ ଶାନ୍ତି, ହସଖୁସି, ପ୍ରେମ, ଉତ୍ତମ ବୁଝାମଣା ବୃଦ୍ଧି ପାଇଥାଏ ।

ମଲ୍ଲି ଫୁଲ କେବଳ ସାଜସଜ୍ଜା ପାଇଁ ନୁହେଁ ବରଂ ଘରେ ଏହା ସକରାତ୍ମକ ଶକ୍ତି ଆଣିଥାଏ । ଏହା ବାସ୍ନା ଚିନ୍ତା ଦୂର କରିବା ସହ ଘରେ ଶାନ୍ତି ରଖିଥାଏ । ଏହି ଫୁଲ ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧିତ । ଯେ କି ପ୍ରେମ, ଆକର୍ଷଣ ଓ ଐଶ୍ୱର୍ଯ୍ୟର ପ୍ରତୀକ । ଏହାସହ ଚନ୍ଦ୍ରମା ମଧ୍ୟ ଏହା ସହ ଜଡିତ । ଯାହା ମନକୁ ଶାନ୍ତ ରଖିଥାଏ । ଶୁକ୍ରବାର ମା’ଲକ୍ଷ୍ମୀଙ୍କୁ ଏହି ଫୁଲ ଅର୍ପଣ କଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ ।

- Advertisement -

ବାସ୍ତୁ ଶାସ୍ତ୍ର ଅନୁସାରେ ମଲ୍ଲି ଫୁଲ ଗଛକୁ ଉତ୍ତର-ପଶ୍ଚିମ ଦିଗରେ ଲଗାଇବା ଶୁଭଙ୍କର । ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁରତା, ଉତ୍ତମ ବୁଝାମଣା ରହିଥାଏ । ଏହାସହ ଏହାକୁ ମୁଖ୍ୟ ଦ୍ୱାରର ୨ ପଟରେ କିମ୍ବା ବାଲକୋନୀରେ ମଧ୍ୟ ରଖିପାରିବେ ।

ଶ୍ରାବଣର ୩ୟ ସୋମବାରରେ ଗ୍ରହଙ୍କ ଦୁର୍ଳ୍ଲଭ ସଂଯୋଗ.. ପୁଣି ରାଜଯୋଗ; ଏହି ରାଶି ହେବେ ମାଲାମାଲ୍‌, ମିଳିବ ଏସବୁ ଖୁସି

ବୈବାହିକ ଜୀବନରେ ହସଖୁସି ଆଣିବା ସହ ଅଶାନ୍ତି ଦୂର କରିଥାଏ । ମନକୁ ଶାନ୍ତ ରଖିଥାଏ । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହୋଇଥାଏ ।

ନିୟମିତ ହାଲୁକା ଖରା, ପାଣି ଦେଇ ଏହାର ଯତ୍ନ ନେଇପାରିବେ ।
ଏହି ଫୁଲ ଘରର ବାତାବରଣକୁ ଶୁଦ୍ଧ ରଖିବା ସହ ନକରାତ୍ମକ ଶକ୍ତିକୁ ଘରୁ ଦୂର କରିଥାଏ । ଘରେ ହସଖୁସିର ବାତାବରଣ ରଖିଥାଏ । ପରିବାର ସଦସ୍ୟଙ୍କ ମନକୁ ଶାନ୍ତ କରିଥାଏ ।

ଦେଖନ୍ତୁ ଭିଡିଓ ; ବିଚ୍‌ ରାସ୍ତାରେ ବାଇକ୍‌ ଆରୋହୀଙ୍କ ଉପରେ ଝାମ୍ପ ମାରିଲା ବାଘ..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories