www.samajalive.in
Friday, December 5, 2025
26.1 C
Bhubaneswar

ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍‌ ମୁସା ନିପାତ

ଜମ୍ମୁ: ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା। ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାସିମ୍‌ ମୁସା। ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ‘ଅପରେସନ ମହାଦେବ’ରେ ମୁସା ନିହତ ହୋଇଥିବା ଜଣାପଡ଼ିଛି। ହାସିମ୍‌ ମୁସାକୁ ଧରାଦେବାକୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପହଲଗାଓଁ ବ୍ୟତୀତ ଆହୁରି ଅନେକ ଆତଙ୍କୀ କାର୍ଯ୍ୟକଳାପ ତଥା ଆକ୍ରମଣରେ ମୁସା ସମ୍ପୃକ୍ତ ଥିଲା।

ସୂଚନାଯୋଗ୍ୟ, ସୋମବାର ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଆତଙ୍କୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ ମହାଦେବ’ ନାଁ ଦିଆଯାଇଛି। ଏହି ଅପରେସନରେ ନିହତ ଆତଙ୍କବାଦୀାନେ ପହଲଗାଓଁ ଆକ୍ରମଣ ସହ ଜଡ଼ିତ ବୋଲି କୁହାଯାଉଥିଲା। ପରବର୍ତ୍ତୀ ସମୟରେ ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍‌ ମୁସା ଏଥିରେ ନିପାତ ହୋଇଥିବା ସୂଚନା ମିଳିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories