www.samajalive.in
Saturday, December 6, 2025
26.1 C
Bhubaneswar

ଅଶ୍ଳୀଳ କଣ୍ଟେଣ୍ଟ : ୨୫ ଓଟିଟି ପ୍ଲାର୍ଟଫର୍ମକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ରସରକାର ଶୁକ୍ରବାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଦେଶରେ ପ୍ରାୟ ୨୫ ଓଟିଟି ପ୍ଲାର୍ଟଫର୍ମକୁ ସରକାର ବ୍ୟାନ୍‌ କରିଛନ୍ତି । ଏହି ୨୫ ମୋବାଇଲ୍‌ ଆପ୍‌ ଉପରେ ଅଶ୍ଳୀଳ କଣ୍ଟେଣ୍ଟ ଦେଉଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସରକାର ଏହି ୨୫ଟି ଭିଡିଓ ପ୍ଲାର୍ଟଫର୍ମକୁ ବ୍ୟାନ୍‌ କରିଛନ୍ତି । ଅଶ୍ଳୀଳ କଣ୍ଟେଣ୍ଟ ଦେଉଥିବା ଅଭିଯୋଗ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଣଳୟ ଏହି ଆପ୍‌କୁ ତୁରନ୍ତ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ଆଇଏସପି)ମାନଙ୍କୁ ସରକାରୀ ନିର୍ଦ୍ଦେଶର ଏକ କପି ପଠାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ନିର୍ଦ୍ଦେଶ ଉଲ୍ଲଂଘନ ହେଲେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି।

କେନ୍ଦ୍ର ସରକାର ବେଆଇନ, ଅଶ୍ଳୀଳ ଏବଂ ଆପତ୍ତିଜନକ ଡିଜିଟାଲ ବିଷୟବସ୍ତୁ ବିରୁଦ୍ଧରେ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି । ଏପରି ବିଷୟବସ୍ତୁ ପରିବେଷଣ କରୁଥିବା ମୋବାଇଲ୍‌ ଆପ୍‌ର ଏକ ତାଲିକା ସରକାର ପ୍ରସ୍ତୁତ କରିବା ସହ ସେଗୁଡିକୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ୨୦୦୦(ଆଇଟି ଆଇନ୨୦୦୦) ଏବଂ ଆଇଟି ଆଇନ ୨୦୨୧ ଅନୁଯାୟୀ ୨୫ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

- Advertisement -

ସରକାରୀ ନିର୍ଦ୍ଦେଶ ଅନୁସାରେ କୁହାଯାଇଛି ଯେ, ୨୫ ଆପ୍‌ ଓ ୱେବସାଇଟ୍‌କୁ ଆଇଟି ଆଇନର ଆଧାରରେ ଧାରା ୬୭ ଓ ୬୭ଏ, ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୨୯୪ ଓ ମହିଳା ଅଶ୍ଳୀଳ ଚିତ୍ରଣ ନିଷେଧ ଅଧିନିୟମ ୧୯୮୬ର ଧାରା ୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି । ଯଦି କୌଣସି ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସରକାରଙ୍କ ଆଦେଶକୁ ଉଲ୍ଲଂଘନ କଲେ, ଆଇଟି ଆଇନର ଧାରା ୭୯(୧) ଅନୁଯାୟୀ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ALTT,ULLU, Big Shots App, Desiflix, Boomex, Navarasa lite, gulab app, kangan app, bull app, jalva app, wow entertainment, look entertainment, hitprime, feneo, showx, sol talkies, adda tv, hotxvip,hulchul app, moodx, neonxvip, fugi,mojflix, triflicks

ଅଗଷ୍ଟରେ ୩ ଥର କରିବେ ସୂର୍ଯ୍ୟ ଚଳନ; ଚୁଟ୍‌କିରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା, ହେବେ ଧନୀ..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories