www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ପୀଡ଼ିତାଙ୍କ ଗାଁକୁ ଯିବ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର : ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀ ନିମାପଡ଼ାର ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅଚେତ କରି ନିଆଁ ଲଗାଇ ଦେବା ଘଟଣାକୁ ନିନ୍ଦା କରୁଛି ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ଭକ୍ତ କହିଛନ୍ତି ଯେ, ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ଅଭାବନୀୟ ଘଟଣା ପରେ ମଧ୍ୟ ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟରେ ସମ୍ବେଦନଶୀଳତା ସୃଷ୍ଟି କରିପାରିଲେ ନାହିଁ ସରକାର। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ରୋକିବାରେ କ୍ରମାଗତ ଭାବେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ମୁହୂର୍ତ୍ତେ ମଧ୍ୟ କ୍ଷମତାରେ ରହିବାର ନୈତିକ ଅଧିକାର ନାହିଁ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଜଣେ ମହିଳା ହୋଇଥିବାରୁ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ମାମଲାରେ ବାଲେଶ୍ବର ଯାଇଥିଲେ ଏକ ଭଲ ବାର୍ତ୍ତା ଯାଇଥା’ନ୍ତା, ତା’ମଧ୍ୟ କଲେନାହିଁ। ଏବେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ପୁଣି ଏକ ଜଘନ୍ୟ ଅଭାବନୀୟ ଘଟଣା ଘଟିଲା। ଏପରି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା ଏବଂ ଏହା ଉପରେ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲା। ସେତେବେଳେ ସରକାର ଗୁରୁତ୍ବହୀନ ବୋଲି କହିଥିଲେ। ନାରୀ ସୁରକ୍ଷା ନିମନ୍ତେ ଯେଉଁସବୁ ପଦ‌େ‌କ୍ଷପ ଗ୍ରହଣ କରିବା କଥା, ସରକାର କରିପାରୁ ନାହାନ୍ତି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଦୁର୍ବୃତ୍ତମାନେ କାହିଁକି ଝିଅକୁ ପୋଡ଼ିଛନ୍ତି ତାହା ତ ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ। କିନ୍ତୁ ଝିଅକୁ ବଳାତ୍କାର କରାଯାଇଛି କି ନାହିଁ ତାହା ମଧ୍ୟ ଡାକ୍ତର ପରୀକ୍ଷା କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ମହିଳା ଅସୁରକ୍ଷିତ। ବିଗତ ଦିନରେ ଅନେକ ଘଟଣା ଘଟିଥିଲେ ବି ସରକାର କିଛି ଶିଖିଲେ ନାହିଁ। ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ବଳଙ୍ଗା ଘଟଣାରେ ପୀଡ଼ିତାଙ୍କ ଗ୍ରାମକୁ ଗସ୍ତ କରିବ ବୋଲି ପିସିସି ସଭାପତି କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories