www.samajalive.in
Monday, December 15, 2025
16.1 C
Bhubaneswar

ଫାଟିଲା ମୁଖ୍ୟ ଜଳ ଯୋଗାଣ ପାଇପ; ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କାରେ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ପବାବେବିରା ଛକରୁ ଜହ୍ନାପଦା ଯିବା ରାସ୍ତାରେ ରହିଛି ଆନ୍ଧ୍ରପଡ଼ା। ଯାହା ଅତାବିରା ଏନଏ ସିର ୱାର୍ଡ ନଂ ୮ର ଅନ୍ତର୍ଗତ। ଏହି ପଡ଼ା ଦେଇ ମାଟି ତଳେ ଯାଇଥିବା ମୁଖ୍ୟ ପାନୀୟ ଜଳ ଯୋଗାଣ ପାଇପଟି କୌଣସି କାରଣରୁ ଫାଟି ଯାଇଛି। ଫଳରେ ବାହାର ଦୂଷିତ ପାଣି ଭିତରକୁ ପ୍ରବେଶ କରୁଛି। ଏବେ ବର୍ଷା ଦିନରେ ଅନେକ ପ୍ରକାର ରୋଗ ସୃଷ୍ଟିକାରୀ ଅଣୁ ଜୀବ ଏହି ଦୂଷିତ ଜଳରେ ରହି ହଇଜା, ଡାଇରିଆ ଆଦି ରୋଗ ସୃଷ୍ଟି କରିବାର ସମ୍ଭାବନା ଅଧିକ ରହୁଛି। ପୁଣି ଆଖ ପାଖରେ ଧାନ ବିଲ ରହିଥିବାରୁ ସେଥିରେ ଦିଆଯାଇଥିବା ରାସାୟନିକ ସାର, କୀଟନାଶକ ଔଷଧ ବର୍ଷା ଜଳରେ ମିଶି ବୋହି ଆସି ଏହି ପାନୀୟ ଜଳରେ ମିଶୁଛି।

ଏହି ପାଇପଟି ଅନେକ ଗ୍ରାମକୁ ସଂଯୋଗ କରୁଛି। ହଜାର ହଜାର ଲୋକ ଏହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଫଳରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଏହା ନିଶ୍ଚିତ ପ୍ରଭାବ ପକାଇବ ବୋଲି ଆଶଂକା ରହୁଛି। ବର୍ତ୍ତମାନ୍ ଆଖପାଖ ଅଞ୍ଚଳରେ ଡାଇରିଆ ସଂସ୍କରଣ ରହିଥିବାରୁ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ଅପର ପକ୍ଷରେ ଏହି ପାଇପରୁ ବିଶୁଦ୍ଧ ଜଳ ବାହାରି ଯାଇ ନଷ୍ଟ ହେଉଛି। କେଉଁଠି ପାନୀୟ ଜଳ ପାଇଁ ଲୋକେ କେତେ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏଠି ଜଳ ଅକାରଣରେ ନଷ୍ଟ ହେଉଛି ।ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରି ଜଳ ନଷ୍ଟ ଓ ଜଳ ଦୂଷିତ ହେବାରୁ ବଞ୍ଚାନ୍ତୁ। ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ଦାବି ଜଣାଇଛନ୍ତି।

ବାସ୍‌ ଆଉ ଗୋଟିଏ ଦିନ: ଏହି ରାଶିଙ୍କୁ ଶୁକ୍ର କରିବେ ଧନୀ, ମିଳିବ ଚାକିରି, ବଢିବ ଦରମା, ହେବ ବିବାହ ପୁଣି କିଣିବେ ଘର,ଗାଡି..

- Advertisement -

ଭିଡିଓ ଦେଖିଲେ ଭୟ ଲାଗିବ; ନଦୀକୂଳରେ ଥିଲେ ୩ ସାଙ୍ଗ, ହଠାତ୍‌ ହେଲା ଏମିତି..

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories