ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ । ଅନେକ ସମୟରେ ଦେଖାଯାଏ ଲୋକେ ନିଜ ବନ୍ଧୁଙ୍କ ସହ ବିଭିନ୍ନ ନଦୀ. ସମୁଦ୍ର ଆଦି ସ୍ଥାନକୁ ବୁଲିବାକୁ ଯିବା ସହ ଗାଧୋଇବାର ମଜା ନେଇଥାନ୍ତି । ବେଳେବେଳେ ଏପରି ସ୍ଥାନକୁ ଯାନ୍ତି, ଯେଉଁଠାକୁ ଯିବା ଉଚିତ୍ ନୁହେଁ । ଏଥିପାଇଁ ସେମାନଙ୍କ ଜୀବନ ମଧ୍ୟ ବିପଦରେ ପଡିଥାଏ । ନିକଟରେ ଦ୍ରୁତ ଗତିରେ ଭାଇରାଲ ହେଉଥିବା କିଛି ଯୁବକଙ୍କ ଭିଡିଓ ସଭିଁଙ୍କ ହୋସ୍ ଉଡାଇ ଦେଇଛି ।
अब यह भाई कभी जंगलों में नहाने नहीं जाएंगे, इनकी जंगलों में रील बनाने की एक बीमारी खत्म हो गई 😃 pic.twitter.com/AAvuL50y1d
— Bhanu Nand (@BhanuNand) July 5, 2025
ଭାଇରାଲ୍ ହେଉଥିବା ଭିଡିଓରେ ଦେଖିପାରିବେ, ୩ ଜଣ ବନ୍ଧୁ ଜଙ୍ଗଲ ମଧ୍ୟରେ ବହି ଯାଇଥିବା ଏକ ନଦୀକୂଳକୁ ଗାଧୋଇବାକୁ ପହଁଞ୍ଚିଛନ୍ତି । ଖୁସିରେ ଗାଧୋଇବା ସମୟରେ ରିଲ୍ସ ମଧ୍ୟ କରୁଛନ୍ତି । ସେହି ସମୟରେ ଖୁସି ଦୁଃଖରେ ପରିଣତ ହୋଇଯାଉଛି । ରିଲ୍ସ କରିବା ସମୟରେ ନଦୀକୂଳରେ ଥିବା ଜଣେ ଯୁବକଙ୍କ ମୁଣ୍ଡକୁ ପଛପଟୁ ଏକ ବିଶାଳକାୟ ଅଜଗର ହଠାତ୍ ଆକ୍ରମଣ କରିଛି । ଭିଡିଓଟି ଦେଖିଲେ ଯେକେହି ମଧ୍ୟ ଭୟଭୀତ ହେବା ସହ ଛାତି ଥରି ଉଠିବ । ନଦୀକୂଳରେ ଜଣେ ଯୁବକ ଗଛ ନିକଟରେ ବସିଥିବା ବେଳେ ବୁଦା ଭିତରୁ ଏକ ବିରାଟକାୟ ଅଜଗର ସାପ ଆସି ଆକ୍ରମଣ କରୁଛି । ସୌଭାଗ୍ୟବଶତଃ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । ଏହାପରେ ତୁରନ୍ତ ୩ ଜଣ ବନ୍ଧୁ ସେଠାରୁ ଦୌଡି ପଳାଉଛନ୍ତି । ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



