www.samajalive.in
Monday, December 15, 2025
16.1 C
Bhubaneswar

ଆଉ ଏକ ବିଶ୍ୱବିଦ୍ୟାଳୟର ଛାତ୍ରୀ କଲେ ଆତ୍ମହତ୍ୟା, ୨ ଶିକ୍ଷକ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାର ବାଲେଶ୍ୱର ଜିଲା ଏଫ୍‍ଏମ୍‍ କଲେଜ ଅଘଟଣ ମନରୁ ଲିଭୁନଥିବା ବେଳେ ଆଉ ଏକ ବିଶ୍ୱିବଦ୍ୟାଳୟର ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ୟୁପିର ଗ୍ରେଟର ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ବିଡିଏସ୍‍ ଦ୍ୱିତୀୟ ବର୍ଷର ଛାତ୍ରୀ ଜ୍ୟୋତି କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ଏକ ସୁଇସାଇଡ ନୋଟ୍‍ ମଧ୍ୟ ଜବତ କରିଛି । ଛାତ୍ରୀ ଜଣଙ୍କୁ କଲେଜର ଶିକ୍ଷକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାରେ କଲେଜର ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଉଭୟ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଛାତ୍ରୀ ଜଣଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ‘ଯଦି ମୁଁ ମରିଯାଏ, ତେବେ ଏଥିପାଇଁ ପିସିପି ଏବଂ ଡେଣ୍ଟାଲ୍‍ ପାଠ୍ୟକ୍ରମର ଶିକ୍ଷକ ଦାୟୀ ରହିବେ । ମୁଁ ଚାହୁଁଛି ଯେ ସେମାନେ ଜେଲରେ ରୁହନ୍ତୁ । କାରଣ ସେମାନେ ମୋତେ ମାନସିକ ନିର୍ଯାତନା ଦେବା ସହ ଅପମାନିତ କରିଥିଲେ । ସେମାନଙ୍କ ଯୋଗୁଁ ମୁଁ ବହୁତ ଦିନ ଧରି ମାନସିକ ଚାପରେ ରହିଛି । ସେମାନେ ମଧ୍ୟ ଦୁଃଖ ପାଆନ୍ତୁ ବୋଲି ଚାହୁଁଥିବା ଛାତ୍ରୀ ଉଲ୍ଲେଖ କରିଛନ୍ତି ।

- Advertisement -

ଆତ୍ମହତ୍ୟା ପଛରେ ଛାତ୍ରୀ ଜଣଙ୍କ ଦୁଇ ଜଣଙ୍କୁ ଦାୟୀ କରିଛନ୍ତି । ଛାତ୍ରୀଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । କଲେଜରେ ଏହି ଘଟଣା ନେଇ ଛାତ୍ରଛାତ୍ରୀମାନେ କଲେଜ ପ୍ରଶାସନଙ୍କୁ ଦାୟୀ କରିବା ସହ ପ୍ରତିବାଦ କରିଥିଲେ । ପୁଲିସ କଲେଜ ପରିସରରେ ମୁତୟନ ଥିବାବେଳେ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ପରିସ୍ଥିତି ସୃଷ୍ଟି ହୋଇଛି । ଏକ ରିପର୍ଟେ ଅନୁସାରେ ପୁଲିସ ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି । ହେଲେ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଏଠାରେ ପିଲାଙ୍କ ଉପରେ ଅନେକ ମାତ୍ରାରେ ମାନସିକ ଚାପ ପକାଯାଉଛି । ଜ୍ୟୋତିଙ୍କ ଉପରେ ଏକ ନକଲି ଦସ୍ତଖତ କରାଯାଇଥିବା ମିଥ୍ୟର ଆରୋପ ଲଗାଇ ମାନସିକ ଚାପ ପକାଯାଇଥିଲା ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories