www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶା ସୀମାରେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ

ରାୟଗଡ଼: ଓଡ଼ିଶା ସୀମାରେ ପୁଣିଥରେ ଆନ୍ଧ୍ର ଅନୁପ୍ରବେଶ ଉଦ୍ୟମ କରିଛି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଏବଂ ଅମରିଙ୍ଗି ଗ୍ରାମରେ ଆନ୍ଧ୍ର ଅଧିକାରୀମାନେ ସର୍ଭେ କରୁଥିବା ଖବର ପାଇ ଗଜପତି ଜିଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସର୍ଭେ ବନ୍ଦ କରାଇଛନ୍ତି। ଆଗାମୀ ଦିନରେ ଆନ୍ଧ୍ରର ଏଭଳି ପ୍ରୟାସକୁ ରୋକିବା ପାଇଁ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଗଜପତି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି। ସୂଚନା ମୁତାବକ ରାୟଗଡ଼ ଜିଲା ଗଙ୍ଗାବାଡ ପଞ୍ଚାୟତର କିଛି ଲୋକଙ୍କ ଜମିବାଡ଼ି ପୂର୍ବପୁରୁଷ ଅମଳରୁ ଆନ୍ଧ୍ରପ୍ରଦେଶ ଅଧୀନରେ ରହିଥିବାରୁ ସେମାନେ ଆନ୍ଧ୍ରର ଅନୁପ୍ରବେଶରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ସପ୍ତାହକୁ ଦୁଇଥର ଆନ୍ଧ୍ର ଅଧିକାରୀମାନେ ଗଙ୍ଗାବାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଆସି ଲୋକଙ୍କ ସହ ଆଲୋଚନା କରି ପିଲାଙ୍କ ପାଠପଢ଼ା ପାଇଁ ୧୫ ହଜାର ଟଙ୍କା, ଭିନ୍ନକ୍ଷମ ଭତ୍ତା ୪ ହଜାର ଟଙ୍କା, ବର୍ଷକୁ ରୋଷେଇ ପାଇଁ ୩ଟି ମାଗଣା ଗ୍ୟାସ, ଚାଷୀଙ୍କ ପାଇଁ ଟଙ୍କା, ମାଗଣା ବସ୍ ସେବା ଯୋଗାଇବାର ପ୍ରଲୋଭନ ଦେଖାଉଛନ୍ତି। ଆନ୍ଧ୍ରର ଲୋଭନୀୟ ଯୋଜନାରେ ବହୁ ପରିବାର ସାମିଲ ହୋଇଛନ୍ତି।

ଆନ୍ଧ୍ରର ଜଣେ ଅଧିକାରୀ ଡି.କ୍ରିଷ୍ଣା ସଦଳବଳ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଏବଂ ଅମରିଙ୍ଗି ଗ୍ରାମରେ ଜମି ସର୍ଭେକ୍ଷଣ କରୁଥିବା ଖବର ପାଇ ଗଜପତି ଉପଜିଲାପାଳ ଓ ତହସିଲଦାର ପହଞ୍ଚି ତାହାକୁ ରୋକିଥିଲେ। ଗଙ୍ଗାବାଡ ହେଉଛି ଓଡ଼ିଶାର। ଏଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବହୁ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ପଡୋଶୀ ରାଜ୍ୟର ଅଧିକାରୀଙ୍କ ବେଆଇନ କାର୍ଯ୍ୟ ସଂପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ଗଜପତି ଉପଜିଲାପାଳ ଅନୁପ କୁମାର ପଣ୍ଡା। ଆଗାମୀ ଦିନରେ ଆନ୍ଧ୍ର ଏଭଳି କାର୍ଯ୍ୟ କରିଲେ ଓଡ଼ିଶା ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି​ବେ ବୋଲି ସେ କହିଛନ୍ତି।

- Advertisement -

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଗଜପତି ପ୍ରଶାସନ ମାଣିକପାଟଣା ଗାଁ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ଆନ୍ଧ୍ର ବାରମ୍ବାର ସେହି ଗ୍ରାମରେ ପ୍ରବେଶ କରି ଲୋକଙ୍କୁ ନିଜର କରିବାକୁ ଚେଷ୍ଟା କରୁଛନ୍ତି। ସେହିପରି ଗଙ୍ଗାବାଡ ପଞ୍ଚାୟତର ଅମରିଙ୍ଗି ଗାଁରେ ବନ ବିଭାଗର ଏକ ବିଟ୍ ହାଉସ, ଗାଁ କୋଠ ଘର ରହିଛି। ତିତିଲି ଏବଂ ଆବାସ ଯୋଜନାରେ ମିଳିଥିବା ସହାୟତାରେ ଲୋକେ ଘର କରି‌ ରହିଛନ୍ତି। ଆନ୍ଧ୍ର ଅଧିକାରୀ ଏହି ଗାଁକୁ ଆସି ଏହିସବୁ ସ୍ଥାନ ଆନ୍ଧ୍ରର ବୋଲି କହିବା ସହ ଶୀଘ୍ର ଖାଲି କରିବାକୁ କହୁଛନ୍ତି। ନଚେତ୍ ସେସବୁ ଭାଙ୍ଗି ଦେବାକୁ ଧମକ ଦେଉଥିବା ଗ୍ରାମବାସୀ କହିଛନ୍ତି। ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣାକୁ କିଛି ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶର ଜଣେ ମନ୍ତ୍ରୀ ଆସି ଅଙ୍ଗନବାଡ଼ି କେନ୍ଦ୍ରକୁ ଭାଙ୍ଗି ମାଟିରେ ମିଶାଇ ଦେବାକୁ ଧମକ ଦେଇଥିଲେ। ତା ପରଠାରୁ ବିଭିନ୍ନ ସମୟରେ ଓଡ଼ିଶା ଭିତରେ ପଶି ଗ୍ରାମବାସୀଙ୍କୁ ପ୍ରଲୋଭିତ କରି ଆନ୍ଧ୍ର ପ୍ରଦେଶର ମିଶାଇବା ପାଇଁ ଷଡ଼ଯନ୍ତ୍ର ଚଳାଇଛି। ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶର ଅଧିକାରୀ ଓ ନେତା ବାରମ୍ବାର ପହଞ୍ଚି ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି ବୋଲି ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ୟୀ ଅଭିଯୋଗ କରିଛନ୍ତି।

 

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories