ରଣପୁରଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳରେ ଥିବା ଜଙ୍ଗଲ କିଛି ଖୋର୍ଦ୍ଧା ଏବଂ କିଛି ନୟାଗଡ଼ ବନଖଣ୍ଡ ଅଧିନରେ ରହିଛି। ଜଣପୁର ବ୍ଲକ ଅଞ୍ଚଳରେ ଥିବା ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ମୟୂର ରହିଛନ୍ତି। ଦିନକୁ ଦିନ ସେମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତର ଜାତୀୟ ପକ୍ଷୀ କହିଲେ ମୟୂର। କିନ୍ତୁ ବନବିଭାଗର ଅଣଦେଖା ଯୋଗୁଁ ବିପଦରେ ଜାତୀୟ ପକ୍ଷୀ ମୟୂର ବୋଲି ଅଭିଯୋଗ କରିଛନ୍ତି ପ୍ରକୃତିବନ୍ଧୁ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ରଥ।
ଅଭିଯୋଗ ଅନୁଯାୟୀ, ବୁଲୁଛନ୍ତି ପକ୍ଷୀ ମାଂସ ଲୋଭୀ ଓ ମୟୂର ପୁଚ୍ଛ ତସ୍କର। ତେଣୁ ଜାତୀୟ ପକ୍ଷୀ ମୟୂରମାନଙ୍କର ସୁରକ୍ଷା ସହ ସଂରକ୍ଷଣ ଦାବି କରିଛନ୍ତି ପ୍ରକୃତିବନ୍ଧୁ ରଥ ସାର୍। ସଂରକ୍ଷଣ କରାଗଲେ ମୈନାକ ପାହାଡ଼ ପ୍ରାକୃତିକ ଶୋଭା ବଢିବା ସାଙ୍ଗକୁ ଜାତୀୟ ପକ୍ଷୀ ସୁରକ୍ଷିତ ହୋଇପାରିବେ। ହନୁମାନ ପଇସା ଭଳି ଲୋକେ କୁହନ୍ତି ମୟୂର ଚନ୍ଦ୍ରିକା ସ୍ରୋତର ପ୍ରତିକୂଳ ଦେଇ ଗତିକଲେ ତାହାର ଦାମ୍ କୋଟି କୋଟି ଟଙ୍କା। ତେଣୁ ପୁଚ୍ଛ ତସ୍କରଙ୍କ ନଜର ମୟୂର ଚନ୍ଦ୍ରିକା ଉପରେ। ଅପରପକ୍ଷରେ ଜଙ୍ଗଲରେ ଖାଦ୍ୟାଭାବ ଯେ।ଗୁଁ ଜାତୀୟ ପକ୍ଷୀ ଗାଁ ମୁହଁ।। ଯାହାର ସୁଯୋଗ ନେଉଛନ୍ତି ପକ୍ଷୀ ମାଂସ ଲୋଭୀ ମୟୁର ଚନ୍ଦ୍ରିକା ତସ୍କର। ବନବିଭାଗ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।



