www.samajalive.in
Tuesday, December 9, 2025
15.1 C
Bhubaneswar

ଏହି ଚୋପାର ବ୍ୟବହାର ଦ୍ୱାରା ଦୂର ହୋଇଥାଏ ଦାନ୍ତର ହଳଦିଆପଣ

ଦାନ୍ତର ହଳଦିଆ ଦାଗ ଦୂର କରିବା ପାଇଁ ଲୋକେ ବିଭିନ୍ନ ପ୍ରକାରର କେମିକାଲ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ଏହା ଦାନ୍ତ ଉପରେ ଖୁବ ପ୍ରଭାବ ମଧ୍ୟ ପକାଇଥାଏ। ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥ ଓ ମୃଦୁ ପାନୀୟର ପ୍ରଭାବରେ ଦାନ୍ତ ଉପରେ ହଳଦୀ ରଙ୍ଗ ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା କେମିକାଲ ଦ୍ରବ୍ୟର ବ୍ୟବହାର ପରିବର୍ତ୍ତେ ଘରୋଇ ଉପାୟ ଅବଲମ୍ବନ କରିପାରିବେ। ଏହି ଘରୋଇ ଉପାୟରେ ଦାନ୍ତ ଧଳା ହେବା ସହ ଦାନ୍ତ ଉପରେ କୌଣସି କୁପ୍ରଭାବ ମଧ୍ୟ ପଡ଼ିନଥାଏ। ଜାଣନ୍ତୁ ସେହି ଘରୋଇ ଉପାୟ ବିଷୟରେ….
କଦଳୀରେ ମ୍ୟାଗ୍ନେସିୟମ, ପୋଟାସିୟମ ଓ ଆଇରନ ଭରପୁର ମାତ୍ରାରେ ରହିଛି। ଏହା ଦାନ୍ତ ପାଇଁ ଖୁବ ଲାଭଦାୟକ ଅଟେ। ତେଣୁ ଦାନ୍ତ ସଫା କରିବାରେ ଏହା ଖୁବ ହିତକାରକ ଅଟେ।
ଦାନ୍ତ ପାଇଁ କଦଳୀର ବ୍ୟବହାର –
କଦଳୀ ଚୋପାରେ ମ୍ୟାଗ୍ନେସିୟମ, ମାଙ୍ଗାନିଜ, ପୋଟାସିୟମ ଭଳି ଔଷଧୀୟ ଗୁଣ ରହିଛି। ଏହା ଦାନ୍ତର ହଳଦିଆପଣକୁ ଦୂର କରି ଧଳା କରିଥାଏ। ଦାନ୍ତରେ ଏହାକୁ ବ୍ୟବହାର କରିବା ପ୍ରଣାଳୀ –
ଦାନ୍ତ ଘଷିବା ପୂର୍ବରୁ ଏହି ଉପାୟ କରିବେ। କଦଳୀ ଚୋପାର ଶେଷ ଭାଗକୁ ସାମାନ୍ୟ ବାହାର କରି ଦିଅନ୍ତୁ। ଏବେ ଏହି ଚୋପାର ଭିତର ଅଂଶକୁ ଦାନ୍ତରେ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଘଷନ୍ତୁ। ଏବେ ବ୍ରଶ ଦ୍ୱାରା ପୁଣି ଦାନ୍ତକୁ ଧୀରେ ଧୀରେ ଘଷନ୍ତୁ ଯେପରି କଦଳୀ ଚୋପାର ଅଂଶ ଦାନ୍ତରେ ସମସ୍ତ ଭାଗରେ ଲାଗିବ। ପୁଣି ବ୍ରଶରେ ପାଣି ଲଗାଇ ଦାନ୍ତକୁ ଧୀରେ ଘଷନ୍ତୁ। ଏହାପରେ ଆପଣ ଯେପରି ନିୟମିତ ଟୁଥପେଷ୍ଟ ବ୍ୟବହାର କରି ଘଷନ୍ତି ସେପରି ଘଷିବେ। ଏହି ଉପାୟ ସପ୍ତାହକୁ ୩ ରୁ ୪ ଥର କରିବା ଦ୍ୱାରା ଦାନ୍ତର ହଳଦିଆପଣରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories