www.samajalive.in
Sunday, December 14, 2025
17.1 C
Bhubaneswar

ଗୋପାଳପୁର ଏନଏସିର କାଉନସିଲରଙ୍କ ନିଜ‌ ଦୋକାନ ପରିସରରେ ଆତ୍ମହତ୍ୟା

ଗୋପାଳପୁର : ଗୋପାଳପୁର ଏନଏସିର ଓ୍ବାର୍ଡ ନଂ ୩ର କାଉନସିଲର ବି.ଗୋପାଳ କ୍ରିଷ୍ଣା (୪୭) ଆଜି ମଧ୍ୟାହ୍ନ ସମୟରେ ଥାନା ସମ୍ମୁଖରେ ଥିବା ନିଜ ଦୋକାନ ଗୃହ ପରିସରରେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ସେ ନେଇ କୈାଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହ ତଦନ୍ତ କରୁଥିବା ଜଣାପଡ଼ିଛି। ସ୍ବର୍ଗତ ଗୋପାଳ କ୍ରିଷ୍ଣା ଦ୍ବିତୀୟ ଥର ନିମନ୍ତେ ଓ୍ବାର୍ଡ ନଂ ୩ ର କାଉନସିଲର ଭାବେ ନିର୍ବାଚିତ ହୋଇଥିବାବେଳେ ଥାନା ସମ୍ମୁଖରେ ଏନଏସି ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ରେ ଏକ ଜାଲ ଦୋକାନ କରିଛନ୍ତି। ଆଜି ସକାଳେ ଗୋପାଳ କ୍ରିଷ୍ଣା ସବୁଦିନ ଭଳ ଆଜି ସକାଳେ ନିଜ ଦୋକାନ ଖୋଲି ଥିଲେ। ଦିନ‌ପ୍ରାୟ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଲୋକେମାନେ ଗୋପାଳ କ୍ରିଷ୍ଣାକୁ ଦୋକାନରେ ଥିବା ସହ ବାହାରେ ବୁଲାବୁଲି କରୁଥିବା ଦେଖିଥିବା ପ୍ରକାଶ କରିଛନ୍ତି। କିନ୍ତୁ କେତେବେଳେ ସେ ନିଜ ଦୋକାନ ଘରର ସଟର ଭିତର ପଟୁ ଦେଇ ଫ୍ୟାନ ହୁକରେ ପ୍ଲାଷ୍ଟିକ ରାଶି ଲଗାଇ ଆତ୍ମହତ୍ୟା କଲେ ତାହା କେହି ଜାଣି ପାରିନଥିବା ଜଣା ପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories