ଗୋପାଳପୁର : ସଖି ସ୍ବେଛାସେବୀ ସଙ୍ଗଠନ ତରଫରୁ ସୋମବାର ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷଣ ସାମଗ୍ରୀ ବଣ୍ଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକ ଅନ୍ତର୍ଗତ ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ତଥା ଧରାକୋଟ ବ୍ଲକ ଜୁନିଅର ରେଡ଼କ୍ରସ ସଂଯୋଜିକା ପ୍ରକୃତି ବନ୍ଧୁ ଶିକ୍ଷୟତ୍ରୀ ରଶ୍ମିତା କୁମରୀ ରାଉଳ ଅଧକ୍ଷତା କରିବା ସହ ସଭ ପରିଚାଳନା କରିଥିଲେ। ସଖି ଟ୍ରଷ୍ଟର ମୁଖ୍ୟ, ରାଜ୍ୟ କିନ୍ନର ସଂଘର ସଭାପତି ସ୍ବୀଟି ସାହୁ ସମତେ ଟ୍ରଷ୍ଟର ଅନ୍ୟ କର୍ମକର୍ତ୍ତା ମାନଙ୍କ ଉପସ୍ଥିତରେ ବିଦ୍ୟାଳୟର ପ୍ରାୟ ୪୮ ଜଣ ବିଦ୍ୟାର୍ଥୀଙ୍କୁ ଶିକ୍ଷଣ ସାମଗ୍ରୀ ବ୍ୟାଗ ଓ ପାଣି ବୋତଲ ବଣ୍ଟନ କରିଥିଲେ । ଏହି ଅବସରରେ ଗାଁ ରେ ରହିଥିବା ଗରିବ ଓ ମେଧାବୀ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ଜଣାଇଲେ ଟ୍ରଷ୍ଟ ପକ୍ଷରୁ ସେମାନଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ଦାୟିତ୍ୱ ନିର୍ବାହ କରିବେ ବୋଲି ପ୍ରତିଶ୍ରୁତି ଦେବା ଗରିବ ଝିଅ ଓ ବାହାଘରରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ଦାସ, ସି ଆର ସି ସି ସୁସ୍ମିତା ସାହୁ,ଧରାକୋଟ ବ୍ଲକର ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଶଳ ଲିଙ୍ଗରାଜ ସ୍ୱାଇଁ,ଦାସପୁର ଉଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ହରିହର ରାଉତ, ଅଡିଅନ ଗୁରୁକୁଳର ଅଧକ୍ଷା ମମତା ପlଢ଼ି, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଟୁନା ନାୟକ, ସୋରଜ ନାୟକ, ଆଲୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଅତିଥି ମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ସ୍ବୀଟି ସାହୁଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ବିଦ୍ୟାଳୟରେ କରାଯାଇ ଥିବାରୁ ବିଦ୍ୟାଳୟର ଶିକ୍ଷକ ସହ ଗ୍ରାମବାସୀ ପ୍ରଶଂସା କରିଥିଲେ ।
Popular Categories



