www.samajalive.in
Saturday, December 6, 2025
14.1 C
Bhubaneswar

ପବିତ୍ର ଶ୍ରାବଣମାସର ପ୍ରଥମ ସୋମବାର, ଦେବଗିରି ଧାମରେ ପ୍ରବଳ ଭିଡ଼

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ଥିବା ଐତିହାସିକ ପ୍ରସିଦ୍ଧ  ଦେବଗିରି ପୀଠ ପାହାଡ  ପଞ୍ଚମୁଖେଶ୍ୱରଙ୍କ ନିକଟରେ ବିଭିନ୍ନ ଜିଲ୍ଲାରୁ ଜଳାଭିଷେକ କରିବା ପାଇଁ ପବିତ୍ର ଶ୍ରାବଣମାସର ପ୍ରଥମ ସୋମବାରରେ  ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ଦୂର ଦୁରାନ୍ତରୁ ଭକ୍ତ ମାନେ ରବିବାର ଆସି କଲ୍ୟାଣସିଂହପୁର ଦେବଗିରି ଧାମ  କ୍ରାନ୍ତିକାରୀ ଆଶ୍ରମରେ  ବିଶ୍ରାମ କରି ଭୋରରୁ ଉଠି ନିକଟସ୍ଥ ନାଳ, ନାଗାବଳୀ ନଦୀ ଓ କଲ୍ୟାଣି ନଦୀର ସଂଗମ ସ୍ଥଳରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ପାଣି ଭାର ନେଇ ଶିବଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି । କାଉଡ଼ିଆ ନିଜ ନିଜ ଅଞ୍ଚଳରୁ ପାଣି ଭାର ନେଇ  ତୁଣ୍ଡରେ ବୋଲବମ  ଓ ଶିଵ ପଞ୍ଚାକ୍ଷର ମନ୍ତ୍ର ବୋଲି ଚାଲି ଚାଲି  ଦେବଗିରି ଧାମ ପାହାଡ଼ ଗୁମ୍ଫାରେ ଥିବା ପଞ୍ଚ ମୁଖେଶ୍ୱର ସ୍ୱଟିକ ଲିଙ୍ଗରେ ଜଳଷେକ କରିବା ପାଇଁ ଯାଉଥିବା ଦେଖିବାକୁ ମିଳିଛି । ଛୋଟ ପିଲାମାନେ, ମହିଳା ଓ ପୁରୁଷ ମାନେ ପାଣି ଭାର ଧରି ଦେବଗିରି ପାହାଡ଼ ଚଡି ଜଳାଭିଷେକ କରିଛନ୍ତି। ଭକ୍ତ ମାନଙ୍କ ପାଇଁ ଦେବଗିରି ଆଶ୍ରମ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories