ଗୋପାଳପୁର : ଗୋପାଳପୁର ଏନଏସିର ଓ୍ବାର୍ଡ ନଂ ୩ର କାଉନସିଲର ବି.ଗୋପାଳ କ୍ରିଷ୍ଣା (୪୭) ଆଜି ମଧ୍ୟାହ୍ନ ସମୟରେ ଥାନା ସମ୍ମୁଖରେ ଥିବା ନିଜ ଦୋକାନ ଗୃହ ପରିସରରେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ସେ ନେଇ କୈାଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହ ତଦନ୍ତ କରୁଥିବା ଜଣାପଡ଼ିଛି। ସ୍ବର୍ଗତ ଗୋପାଳ କ୍ରିଷ୍ଣା ଦ୍ବିତୀୟ ଥର ନିମନ୍ତେ ଓ୍ବାର୍ଡ ନଂ ୩ ର କାଉନସିଲର ଭାବେ ନିର୍ବାଚିତ ହୋଇଥିବାବେଳେ ଥାନା ସମ୍ମୁଖରେ ଏନଏସି ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ରେ ଏକ ଜାଲ ଦୋକାନ କରିଛନ୍ତି। ଆଜି ସକାଳେ ଗୋପାଳ କ୍ରିଷ୍ଣା ସବୁଦିନ ଭଳ ଆଜି ସକାଳେ ନିଜ ଦୋକାନ ଖୋଲି ଥିଲେ। ଦିନପ୍ରାୟ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଲୋକେମାନେ ଗୋପାଳ କ୍ରିଷ୍ଣାକୁ ଦୋକାନରେ ଥିବା ସହ ବାହାରେ ବୁଲାବୁଲି କରୁଥିବା ଦେଖିଥିବା ପ୍ରକାଶ କରିଛନ୍ତି। କିନ୍ତୁ କେତେବେଳେ ସେ ନିଜ ଦୋକାନ ଘରର ସଟର ଭିତର ପଟୁ ଦେଇ ଫ୍ୟାନ ହୁକରେ ପ୍ଲାଷ୍ଟିକ ରାଶି ଲଗାଇ ଆତ୍ମହତ୍ୟା କଲେ ତାହା କେହି ଜାଣି ପାରିନଥିବା ଜଣା ପଡ଼ିଛି।
Popular Categories



