www.samajalive.in
Sunday, December 14, 2025
19.1 C
Bhubaneswar

ରୋବଟ୍‌-ପୁଲିସ

କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତିର ଯେତିକି ବିକାଶ ଘଟିଚାଲିଛି, ନୂତନ କ୍ଷମତାସଂପନ୍ନ ରୋବଟ୍ ନିର୍ମାଣ ସେତିକି ସହଜ ହେଉଛି। ଏହି ପରିପ୍ରେକ୍ଷୀରେ କେରଳ ପୁଲିସର ଉଦ୍ୟମରେ ଏଭଳି ଏକ ରୋବଟ୍‌ ତିଆରି କରାଯାଇଛି, ଯାହା ପୁଲିସକୁ ଅନେକ କ୍ଷେତ୍ରରେ ସହାୟତା କରିବ। ଏହି ରୋବଟର ନାମ ରଖାଯାଇଛି କେପି-ବଟ୍। ଏହା ପରିଦର୍ଶକଙ୍କୁ ସ୍ବାଗତ କରିବ, ସେମାନଙ୍କୁ ପୁଲିସ ମୁଖ୍ୟାଳୟର ବିଭିନ୍ନ ସେବା ସମ୍ପର୍କରେ ସବିଶେଷ ସୂଚନା ଦେବ। କେରଳ ପୁଲିସର ପ୍ରଯୁକ୍ତି ବିକାଶ କେନ୍ଦ୍ର ‘ସାଇବରଡୋମ୍’ ଓ କୋଚିସ୍ଥିତ ଏକ ସଂସ୍ଥା ‘ଆସିମୋଭ୍ ରୋବୋଟିକ୍ସ’ର ମିଳିତ ଉଦ୍‌ଯୋଗରେ ନିର୍ମିତ ଏହି ରୋବଟ୍ ପୁଲିସ ଭବିଷ୍ୟତରେ ବିସ୍ଫୋରକ ଠାବ କରିପାରିବ ଓ ପରିଦର୍ଶକଙ୍କୁ ପରିଚୟ ପତ୍ର ପ୍ରଦାନ କରିପାରିବ ବୋଲି ଏହାର ନିର୍ମାତାମାନେ କହିଛନ୍ତି। ଭାରତର ଏହି ପ୍ରଥମ ରୋବଟ୍‌-ପୁଲିସ ୧୯୮୪ର ‘ଦି ଟର୍ମିନେଟର୍‌’ ଚଳଚ୍ଚିତ୍ରର ରୋବଟ୍‌ କଥା ମନେପକାଇ ଦେଇଛି।
ରୋବଟ୍‌ର ବିକାଶ ଅର୍ଥାତ ଯନ୍ତ୍ର ଓ କୃତ୍ରିମ ବୁଦ୍ଧିମତ୍ତାର ଏହି ସଫଳ ସଂଯୋଗ ମଣିଷ ପାଇଁ କେତେ ଭଲ ଓ କେତେ ଭେଲ, ତାହା ତ ବିଚାରଯୋଗ୍ୟ ନିଶ୍ଚୟ; ତେବେ ମାନବିକତା ନେଇ ତ ନିଶ୍ଚୟ ପ୍ରଶ୍ନ ଉଠିବ। ରୋବଟ୍‌ ତିଆରି କରିବାବେଳେ ରୋବୋଟିକ୍ସର ତିନିଟି ନିୟମ ପାଳନ କରିବା ଜରୁରୀ। ତାହା ହେଲା: ଗୋଟିଏ ରୋବଟ୍ ମଣିଷର କ୍ଷତି କରୁନଥିବ; ତାହା ନିଶ୍ଚିତ ଭାବେ ନିର୍ଦେଶ ପାଳନ କରୁଥିବ ଓ ଏହି ଦୁଇଟି ନିୟମ ପାଳନ କରିବା ସହ ନିଜକୁ ମଧ୍ୟ ସୁରକ୍ଷିତ ରଖୁଥିବ। ଦୁଃଖର କଥା ଯେ ବର୍ତ୍ତମାନ ସୁଦ୍ଧା କୌଣସି ରୋବଟ୍ ଏହି ତିନିଟି ନିୟମକୁ ପାଳନ କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇନାହିଁ। ରୋବଟ୍‌-ପୁଲିସ କଥା ଉଠିଲାବେଳକୁ ଏହି ନିୟମ ସହ ଆହୁରି ଅଧିକ ନିୟମ ପାଳନ କରିବାକୁ ପଡ଼ିପାରେ। ତେଣୁ ରୋବଟ୍‌-ପୁଲିସ ଉପରେ ମଣିଷ ନିର୍ଭରଶୀଳ ହେବାର ଔଚିତ୍ୟ ଏବେ ବି ପ୍ରଶ୍ନାତୀତ ନୁହେଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories