www.samajalive.in
Saturday, December 6, 2025
15.1 C
Bhubaneswar

ମୋଦୀଙ୍କୁ ନାମ୍ବିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମ୍ବିଆ ସର୍ବୋଚ୍ଚ ନାଗରିକ ସମ୍ମାନ-‘ଅର୍ଡର ଅଫ୍ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲିସ୍’ ମିଳିଛି। ନାମ୍ବିଆର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପାଇବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ନେତା। ଏହି ପୁରସ୍କାର ଗ୍ରହଣ କରିବା ପରେ ମୋଦୀ ଏହାକୁ ଭାରତର ୧୪୦ କୋଟି ନାଗରିକ ଏବଂ ଭାରତ ଓ ନାମ୍ବିଆ ମଧ୍ୟରେ ଥିବା ଐତିହାସିକ ତଥା ସ୍ଥାୟୀ ସମ୍ପର୍କକୁ ଉତ୍ସର୍ଗ କରିଥିଲେ। ଏହି ସମ୍ମାନ ପାଇଁ ମୋଦୀ ନାମ୍ବିଆ ରାଷ୍ଟ୍ରପତି ନନ୍ଦୀ- ନଦାଇତୱା ଏବଂ ନାମ୍ବିଆର ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପୁରସ୍କାରକୁ ଭାରତ ଏବଂ ନାମ୍ବିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ଏହା ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଭାଗୀଦାରିକୁ ଅଧିକ ଉଚ୍ଚତାକୁ ନେବା ପାଇଁ ଉଭୟ ଦେଶର ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ସେ କହିଛନ୍ତି। ନାମ୍ବିଆ ଗସ୍ତ କାଳରେ ମୋଦୀ ଏହାର ପାର୍ଲାମେଣ୍ଟ ରେ ଉଦ୍‌ବୋଧନ ଦେଇଥିଲେ। ପାର୍ଲାମେଣ୍ଟର ସଦସ୍ୟମାନେ ଠିଆ ହୋଇ ମୋଦୀଙ୍କୁ ସମ୍ମାନ ଜଣାଇଥିଲେ। ନାମ୍ବିଆ ସରକାର ଭାରତକୁ ଚିତାବାଘ ଦେଇଥିବାରୁ ମୋଦୀ ଧନ୍ୟବାଦ ଜଣାଇଥିଲେ। ନାମ୍ବିଆ ଗସ୍ତ ପରେ ମୋଦୀ ତାଙ୍କର ୮ଦିନିଆ ୫ ରାଷ୍ଟ୍ର ଗସ୍ତ ଶେଷ କରି ବୁଧବାର ରାତିରେ ସ୍ବଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories