www.samajalive.in
Monday, December 15, 2025
26.1 C
Bhubaneswar

ଆଜିଠାରୁ ଭାରତ-ଇଂଲଣ୍ଡ ଲର୍ଡସ ଲଢ଼େଇ

ଲର୍ଡସ: ପ୍ରଥମ ଟେଷ୍ଟରେ ଭାରତ ମୋଟ ୫ଟି ଶତକ ହାସଲ କରିବା ସହ ଯଶପ୍ରୀତ ବୁମ୍‌ରା ପ୍ରଥମ ଇନିଂସରେ ୫ଟି ୱିକେଟ୍‌ ନେଇଥିଲେ। ଏହାସତ୍ତ୍ବେ କ୍ୟାଚ୍‌ ଛାଡ଼ିବା ଏବଂ ବୋଲିଂ ବିଫଳତା ଯୋଗୁଁ ଭାରତ ପରାସ୍ତ ହୋଇଥିଲା। ହେଲେ ୨ୟ ଟେଷ୍ଟରେ ଭାରତ ତା’ର ସବୁ ତ୍ରୁଟି ସୁଧାରି ପାରିଥିଲା। ଫଳରେ ପ୍ରଥମଥର ଏଜ୍‌ବାଷ୍ଟନରେ ଟେଷ୍ଟ ଜିତି ପାରିଥିଲା ଭାରତ। ଅଧିନାୟକ ଶୁଭମନ ଗିଲ୍‌ ୨୬୯ ଓ ୧୬୧ ରନ୍‌କରି ଦମ୍‌ ଦେଖାଇଥିଲେ। ଆକାଶ ଦୀପ ୧୦ଟି ଓ ମହମ୍ମଦ ସିରାଜ୍‌ ୭ଟି ୱିକେଟ ନେଇଥିଲେ। କରୁଣ ନାୟାରଙ୍କୁ ଛାଡ଼ି ଦଳର ସବୁ ବ୍ୟାଟ୍‌ସମ୍ୟାନ୍ ଓ ଅଲ୍‌ରାଉଣ୍ଡର ରନ୍‌ କରିଥିଲେ। ଭାରତ ୧୦୦୦ରୁ ଅଧିକ ରନ୍‌ କରିବା ସହ ୨୦ଟି ୱିକେଟ୍‌ ନେଇ ପାରିଥିଲା। ପୁଣି ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ରେକର୍ଡ ବ୍ୟବଧାନରେ ଜିତିବା ବେଶ୍‌ ପ୍ରଶଂସନୀୟ। ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ଥିବା ବେଳେ ଗୁରୁବାରଠାରୁ ଲର୍ଡସରେ ଇଂଲଣ୍ଡ-ଭାରତ ୩ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ। ଏହାକୁ ଜିତି ଉଭୟ ଦଳ ଆଗୁଆ ହେବାକୁ ଚାହିଁବେ। ଯଶପ୍ରୀତ ବୁମ୍‌ରା ଓ ଜୋଫ୍ରା ଆର୍ଚର ଖେଳିବା ମ୍ୟାଚ୍‌କୁ ଅଧିକ ଆକର୍ଷଣୀୟ କରିବ।

ଇଂଲଣ୍ଡର ଗ୍ରାଉଣ୍ଡମାନଙ୍କ ମଧ୍ୟରୁ ଲର୍ଡସରେ ଭାରତ ଟେଷ୍ଟ କ୍ରିକେଟ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏଠାରେ ଭାରତ ୧୯୮୬, ୨୦୧୪ ଓ ୨୦୨୧ରେ ୩ଟି ଟେଷ୍ଟ ଜିତିଛି। ଗୋଟିଏ ମ୍ୟାଚ୍‌ର ବିଶ୍ରାମ ପରେ ଲର୍ଡସର ପେସ୍‌ ବୋଲିଂ ଉପଯୋଗୀ ପିଚ୍‌ରେ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନଙ୍କୁ ଘାଇଲା କରିବାକୁ ଯଶପ୍ରୀତ ବୁମ୍‌ରା ପ୍ରସ୍ତୁତ। ପୁଣି ୪ ବର୍ଷ ପରେ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ଜୋଫ୍ରା ଆର୍ଚର। ଏହା ସଂଯୋଗ ଯେ ୨୦୨୧ ଫେବୃଆରୀ​‌େ​‌ର ଆର୍ଚର ତାଙ୍କ ଶେଷ ଟେଷ୍ଟ ଭାରତ ବିପକ୍ଷରେ ଖେଳିଥିଲେ। ବ୍ରାଇଡନ୍ କାର୍ସ ଓ କ୍ରିସ୍‌ ୱକ୍‌ସ ଖେଳିବେ। ଇଂଲଣ୍ଡର ସବୁଠାରୁ ଅଭିଜ୍ଞ ପେସ୍‌ ବୋଲର କ୍ରିସ୍‌ ୱକ୍‌ସଙ୍କ ଫର୍ମ ଦଳକୁ ନିରାଶ କରିଛି। ଗତ ୨ଟି ଟେଷ୍ଟରେ ୱକ୍‌ସ ମାତ୍ର ୩ଟି ୱିକେଟ୍‌ ନେଇଛନ୍ତି। ତେବେ ଲର୍ଡସ ପିଚ୍‌ ତାଙ୍କ ବୋଲିଂକୁ ସୁହାଇପାରେ। ଏଠାରେ ତାଙ୍କ ବ୍ୟାଟିଂ ଆଭ୍‌ରେଜ ୪୨.୫୦ ଓ ବୋଲିଂ ଆଭ୍‌ରେଜ ୧୨.୯୧। ଭାରତ ବିପକ୍ଷରେ ଏଠାରେ ୨୦୧୮ରେ ୱକ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ବୁମ୍‌ରାଙ୍କୁ ସ୍ଥାନଦେବା ପାଇଁ ପ୍ରସିଦ୍ଧ କୃଷ୍ଣ ବସିବେ। ଦ୍ବିତୀୟ ଟେଷ୍ଟରେ ଆକାଶ ଦୀପ ଓ ସିରାଜଙ୍କ ବୋଲିଂ ଭାରତକୁ ଅଧିକ ଉତ୍ସାହିତ କରିଛି। ଫଳରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପେସ୍‌ ବୋଲିଂ ଲାଇନ୍‌ ସହ ଭାରତ ଲର୍ଡସରେ ଓହ୍ଲାଇବ। ପିଚ୍‌ରେ ବାଉନ୍‌ସ ସହ ବଲ୍‌ ସିମ୍‌ ହେବାର ଥିବାରୁ ବ୍ୟାଟ୍‌ସମ୍ୟାନଙ୍କୁ ଅଗ୍ନିପରୀକ୍ଷା ଦେବାକୁ ପଡ଼ିବ। ତେବେ ୨ୟ ଟେଷ୍ଟର ପ୍ରଦର୍ଶନ ପରେ ଭାରତୀୟ ବ୍ୟାଟରଙ୍କ ମନୋବଳ ଶୀର୍ଷରେ।

- Advertisement -

ଅଧିନାୟକ ଗିଲ୍‌ ୩ଟି ଓ ଋଷଭ ପନ୍ତ ୨ଟି ଶତକ ମାରିଛନ୍ତି। କେ.ଏଲ୍‌. ରାହୁଲ ଓ ଯଶସ୍ବୀ ଜୟସୱାଲ ମଧ୍ୟ ଶତକ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡ଼େଜା ଭଲ ବ୍ୟାଟିଂ କରିଛନ୍ତି। ଲର୍ଡସରେ ୨ୟ ସ୍ପିନର ଆବଶ୍ୟକ ନାହାନ୍ତି ବୋଲି ଯଦି ଭାରତ ଅନୁଭବ କରେ, ତେବେ ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇପାରେ। ତେବେ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ସାର୍ଦୁଳ ଠାକୁର ଏହି ସ୍ଥାନରେ ଖେଳିବାର ସମ୍ଭାବନା ଅଧିକ। ଯଦି ଅଲ୍‌ରାଉଣ୍ଡର ଭାବେ ସୁନ୍ଦର କିମ୍ବା ସାର୍ଦୁଳ ଖେଳନ୍ତି; ତେବେ ସାଇ ସୁଦର୍ଶନଙ୍କୁ ୩ନଂ ସ୍ଥାନରେ କରୁଣ ନାୟାରଙ୍କ ସ୍ଥାନରେ ଭାରତ ଖେଳାଇପାରେ। ପୁଣି ସୁନ୍ଦରଙ୍କୁ ଦଳରେ ରଖି ବ୍ୟାଟିଂ ଅଲ୍‌ରାଉଣ୍ଡର ନୀତୀଶ କୁମାର ରେଡ୍‌ଡୀଙ୍କୁ ଭାରତ ବସାଇପାରେ। ଲର୍ଡସ ପିଚ୍‌ରେ ଘାସ ଥିଲେ ହେଁ ଏଠାରେ ତାପମାତ୍ରା ଅଧିକ ରହୁଛି। ତେଣୁ ପିଚ୍‌ ଶୁଖିଗଲେ ୩ୟ ଦିନରୁ ବଲ୍‌ ସ୍ପିନ୍‌ କରିପାରେ। ମୋଟଉପରେ ଏହି ପିଚ୍‌​‌େ​‌ର ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିବ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ମଧ୍ୟ ଆରମ୍ଭରୁ ପେସ୍‌ ବୋଲର ମାରାତ୍ମକ ପ୍ରମାଣିତ ହୋଇଥିଲେ। ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ଯେପରି ଫର୍ମରେ ଅଛନ୍ତି; ତାହାକୁ ନେଇ ଇଂଲଣ୍ଡ ଚିନ୍ତିତ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories