www.samajalive.in
Saturday, December 13, 2025
27.1 C
Bhubaneswar

ଆଜି ଭାରତ ବନ୍ଦ ଡାକରା

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ବନ୍ଦ । ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଧର୍ମଘଟ ଡାକରା ଦିଆଯାଇଛି । ୧୦କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନ ଓ ସହଯୋଗୀ ସଂଘକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୨୫କୋଟିରୁ ଅଧିକ ଶ୍ରମିକ, କର୍ମଚାରୀ ଏଥିରେ ଭାଗ ନେଇଛନ୍ତି । ବ୍ୟାଙ୍କିଂ, ବୀମା, ରାଜପଥ ନିର୍ମାଣ ଏବଂ କୋଇଲା ଖନନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ଧର୍ମଘଟ ଯୋଗୁଁ ପ୍ରଭାବିତ ହୋଇପାରେ ଖଣି ଓ କାରଖାନା ।

ଦେଶରେ ଶ୍ରମ ଆଇନକୁ ଦୁର୍ବଳ କରିବା ପାଇଁ ୟୁନିଅନର ଶକ୍‍ତିକୁ ହ୍ରାସ କରିବାକୁ ୪ଟି ଶ୍ରମକୋଡର ଦୁରୁପଯୋଗ କରାଯାଉଛି । ସରକାରଙ୍କ ନୀତି ଶ୍ରମିକ ଓ କୃଷକଙ୍କ ହିତରେ ନାହିଁ । ନିଯୁକ୍ତି ବନ୍ଦ ରହିଛି, ଦରମା ଓ ବିଭିନ୍ନ ସୁବିଧା ମିଳୁନାହିଁ । ଏହାର ପ୍ରତିବାଦରେ ଆଜି ଧର୍ମଘଟକୁ ଓହ୍ଲାଇଛନ୍ତି ଟ୍ରେଡ ୟୁନିଅନ୍‍ । ଶ୍ରମିକ ସୁରକ୍ଷାକୁ କ୍ଷତି ପହଞ୍ଚାଉଛି ଶ୍ରମ ନୀତି, ୪ଟି ନୂତନ ଶ୍ରମ କୋଡ୍‍ ପାଇଁ ଦାବି, ବେକାରି ଏବଂ ମୁଦ୍ରାସ୍ପୀତି ବୃଦ୍ଧି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ନାଗରିକ ସୁବିଧାରେ ହ୍ରାସ, ଯୁବକଙ୍କୁ ଚାକିରି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି । ଅଲ୍‍ ଇଣ୍ଡିଆ ଟ୍ରେଡ୍‍ ୟୁନିଅନର ଏହି ଧର୍ମଘଟକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିଛି ।

- Advertisement -

 

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories