ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡି ଗାଁରେ ଗତ ରବିବାର ରାତିରେ ଦିଲିପ କୁମାର ପାତ୍ରଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣାରେ ପୁଲିସ ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ଜଣାପଡିଛି। ପୁଲିସ ପକ୍ଷରୁ ଅନ୍ୟ ଅଭିଯୁକ୍ତଙ୍କ ସମସ୍ତ ତଥ୍ୟ ପାଇଥିବା ସହ ସେମାନଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି। ଗତ ରବିବାର ରାତିରେ ପୂର୍ବ ଶତ୍ରୁତାକୁ ନେଇ ଦିଲିପକୁ ତାଙ୍କ ଘର ସମ୍ମୁଖରେ ହିଁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ରାତି ସାଢ଼େ ୧୦ ଟା ବେଳେ ହୋଇଥିବା ବେଳେ ଗାଁ ଲୋକଙ୍କ ପକ୍ଷରୁ ରାତି ୧୨ ଟାରେ ଘଟଣା ନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ହତ୍ୟାକାଣ୍ଡରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି କୋର୍ଟ ଚାଲାଣ କରାଯିବା ବୋଲି ଥାନା ଆଇଆଇସି ତଥା ଡି ଏସପି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।
Popular Categories



