www.samajalive.in
Sunday, December 14, 2025
19.1 C
Bhubaneswar

ଡଗରା ବେଳାଭୂମିରେ ବଙ୍ଗୀୟ ଦମ୍ପତ୍ତିଙ୍କୁ ଅସଦାଚରଣ ଅଭିଯୋଗ, ଦୁଇ ଯୁବକ ଗିରଫ

ବାଲିଆପାଳ : ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ଜଣେ  ବଙ୍ଗୀୟ ଦମ୍ପତ୍ତି ପର୍ଯ୍ୟଟକଙ୍କୁ ସ୍ଥାନୀୟ ଅଂଚଳର କିଛି ଯୁବକ ଅସଦାଚରଣ କରିବାର ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଯୁବତୀଙ୍କ ଏତଲା କ୍ରମେ ବାଲିଆପାଳ ପୋଲିସ ମାମଲା ରୁଜ୍ଜୁ କରି ଆଜି ଦୁଇଜଣଙ୍କୁ ଗିରଫ  କରଛି । ଅଭିଯୋଗ ମୁତାବକ ରବିବାର  ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଜନୈକ ଦମ୍ପତ୍ତି ଡଗରା ବେଳାଭୂମିକୁ ବୁଲିବାକୁ ଆସିଥିଲେ । ସେମାନେ ବେଳାଭୂମିରେ ବୁଲୁଥିବା ସମୟରେ ବେଳାଭୂମିରେ ବସି  ମଦ୍ୟପାନ କରୁଥିବା ଚାରି ପାଞ୍ଚଜଣ ସ୍ଥାନୀୟ ଯୁବକ ଉକ୍ତ ଦମ୍ପତ୍ତିଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ତେବେ ଏହା ଶୁଣିପାରି ଏହି ଦମ୍ପତ୍ତି ସେମାନଙ୍କୁ କାହିଁକି ଖରାପ ବ୍ୟବହାର କରୁଛ ବୋଲି ପଚାରିବାରୁ ଉକ୍ତ ଯୁବକମାନେ ଯୁବକ ଜଣଙ୍କୁ ମାଡ ମାରିବା ସହ ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ମହିଳା ଜଣଙ୍କୁ  ତଳେ ମାଡ ମାରିବାକୁ ପଛେଇ ନଥିଲେ । ଅନ୍ୟ କିଛି ପର୍ଯ୍ୟଟକଙ୍କ ହସ୍ତକ୍ଷେପ ପରେ ଉକ୍ତ ଦମ୍ପତ୍ତି ସେହି ଯୁବକ ମାନଙ୍କ ଠାରୁ ଉଦ୍ଧାର ପାଇଥିଲେ ।

ଏନେଇ  ପିଡୀତା ମହିଳା ଶ୍ରାବଣୀ କୁଣ୍ଡୁ ନାଗ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିଆପାଳ ପୋଲିସ ଏହି ଘଟଣାରେ ସୋମବାର ୧୬୧/୨୫ରେ ଏକ ମାମାଲା ରୁଜ୍ଜୁ କରି  ତଦନ୍ତ ଆରମ୍ଭ କରିଥିଲା ଆଜି ଏହି ଘଟଣାର ଭିଡିଓ ଭାଇରାଲ ହେବା ସହ ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଥିଲା । ଅପରାହ୍ନରେ ପୋଲିସ ଏହି ଘଟନାରେ ସଂପୃକ୍ତ  ଜାମତକୁଲା ଗ୍ରାମର ବାବୁ ମହୁରୀ,ଏବଂ କାଳୀପଦା ଅଞ୍ଚଳର ଦିଲ୍ଲୀପ ଦାସଙ୍କୁ ଗିରଫ କରିଛି । ଆସନ୍ତାକାଲି ଏହି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଡଗରା ବେଳଭୂମିରେ ପ୍ରତିଦିନ ବହୁ ପର୍ଯ୍ୟଟକ ଆସୁଥିବାବେଳେ ସେଠାରେ ଆଇନ ସୃଙ୍ଖଳା ପରିସ୍ଥିତି ପାଇଁ କୌଣସି ପୋଲିସ ରହୁନଥିବାରୁ ବେଳାଭୂମିରେ ବହୁ ବେଆଇନ ମଦ ଦୋକାନ ଖୋଲିବା ସହ ମଦ୍ୟପଙ୍କ ଆଡ୍ଡା ଜମ୍ମୁଛି । ବିଭିନ୍ନ ସମୟରେ ଏହିଭଳି ଛୋଟ ବଡ ଗଣ୍ଡଗୋଳ ହେବା ସହ ପୂର୍ବରୁ ଏହିଭଳି ମାନ ଘଟଣା ଘଟିଛି । ତୁରନ୍ତ ବେଳାଭୂମିରେ ଏକ ମୁଦ୍ରୀକ ଥାନା ପ୍ରତିଷ୍ଠା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories