www.samajalive.in
Sunday, December 14, 2025
26.1 C
Bhubaneswar

ହିଞ୍ଜିଳିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ପୂଜ୍ୟପୂଜା ଉଦ୍ଧେଶ୍ୟରେ ସ୍ଥାନୀୟ ଆରଏମସି ଛକ ସ୍ଥିତ ମେଡ଼ିକାଲ ରୋଡ଼ରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଏହା ସମେତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏବଂ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିକୃତି ମଧ୍ୟ ଉନ୍ମୋଚିତ ହୋଇଛି। ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ରୀତିନୀତି ଅନୁଯାୟୀ ଧୂପଦୀପ, ନୈବେଦ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରି ଏହି ମହାପୁରୁଷ ମାନଙ୍କ ପ୍ରତିକୃତି ଉନ୍ମୋଚନ କରିଥିଲେ। ଦୀର୍ଘ ଦିନ ଧରି ପୂଜ୍ୟପୂଜା ନିମନ୍ତେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣୀ ମାନଙ୍କ ପ୍ରତିକୃତି ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ତେବେ ଏହି ଗୌରବମୟ କ୍ଷଣରେ ହିଞ୍ଜିଳିକାଟୁ ଅଞ୍ଚଳର ବହୁ ଜନପ୍ରତିନିଧି, ସରକାରୀ ଅଧିକାରୀ, କର୍ମଚାରୀ, ସମାଜସେବୀ, ବୁଦ୍ଧିଜୀବୀ ଓ ସାମ୍ୱାଦିକମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ପାରଳାଖେମୁଣ୍ଡିର ତତ୍କାଳୀନ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତିଚାରଣ କରିବା ସହିତ ସେମାନଙ୍କ ଓଡ଼ିଶା ପ୍ରତି ଥିବା ଅବଦାନକୁ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ପରିଚାଳନା କରିଥିଲେ। ରମ୍ଭା ଏନଏସି  ଇଓ ଆଶାଲତା ରଚାମାଲା, ଗଞ୍ଜାମ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ପୌରଯନ୍ତ୍ରୀ ମୁକେଶ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର, କାଉନସିଲର ସରୋଜ ପଣ୍ଡା, ଗୋପବନ୍ଧୁ ବେହେରା, ବସନ୍ତ ବେହେରା, ସମାଜସେବୀ ରୋହିତ ବିଷୋୟୀ, ସଞ୍ଜୟ ସ୍ୱାଇଁ, ଭିକା ବେହେରା, ସନାତନ ନାହାକ, ସାମ୍ୱାଦିକ ବିନାୟକ ପଟ୍ଟନାୟକ, ଲଳିତ ମୋହନ ପୋଲାଇ ଓ ଶେଷଦେବ ସାହୁ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories