www.samajalive.in
Sunday, December 14, 2025
14.1 C
Bhubaneswar

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଫୁଲବାଣୀ: ସ୍ଥାନୀୟ ସରକାରୀ ବହୁମୁଖୀ ବୈଷୟିକ ଶିକ୍ଷାନୁଷ୍ଠାନ ଠାରେ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ, ବକୃତା, କବିତା ଆବୃତ୍ତି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା-୨୦୨୫ ଆୟୋଜିତ ହୋଇଯାଇଛି। ବରିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ଜିତେନ୍ଦ୍ର ଆଚାର୍ଯ୍ୟ, ବକୃତା ପ୍ରତିଯୋଗୀତାରେ ସାଇ ଶୁଭମ ମହାନ୍ତି ,କବିତା ଆବୃତ୍ତି ପ୍ରତିଯୋଗିତାରେ ବିଭୁସ୍ମିତା ପଣ୍ଡା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଆଦ୍ୟାଶା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ବୈଶାଖୀ ଦାସ, ବକୃତା ପ୍ରତିଯୋଗୀତାରେ ହରି ଶରଣ ଦାସ, କବିତା ଆବୃତ୍ତି ପ୍ରତିଯୋଗିତାରେ ରୟାଲ ତ୍ରିପାଠୀ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପୂଜା ସାହୁ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସେଠୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟସ୍ତରରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି କନ୍ଧମାଳ ଜିଲ୍ଲାକୁ ଗୋରବାନ୍ବିତ କରିବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ବିଚାରପତି ଭାବରେ ଡ଼ଃ ପୂର୍ଣେନ୍ଦୁ ତ୍ରିପାଠୀ, ଚନ୍ଦ୍ର ଶେଖର ଦାସ, ରବିନ୍ଦ୍ର ମିଶ୍ର, ରାମକୃଷ୍ଣ ମହାନ୍ତି, ବିଜୟ କୃଷ୍ଣ ପଟ୍ଟନାୟକ, ଶ୍ରୀମତୀ ହରପ୍ରିୟା ମିଶ୍ର, କୈଳାସ ଚନ୍ଦ୍ର ଧଳ , ନୃସିଂହନାଥ ମହାପାତ୍ର, ଅସିତ କୁମାର ନନ୍ଦ, ପ୍ରସନ୍ନ କୁମାର ପଣ୍ଡା, ଅଶୋକ ମହାନ୍ତି ଓ ଆନନ୍ଦ କହଁର ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ବେଳେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories