କାନପୁର: ଉତ୍ତରପ୍ରଦେଶର କାନପୁରରେ ଏକ ଟ୍ରେନରେ ଗୁରୁବାର ବିସ୍ଫୋରଣ ଘଟିଛି। କାଳିନ୍ଦୀ ଏକ୍ସପ୍ରେସର ଏକ ବଗିର ଶୌଚାଳୟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ସେତେ ଅଧିକ ନ ଥିଲେ ମଧ୍ୟ ଶୌଚାଳୟର ଛାତ ଉଡ଼ିଯାଇଛି। ଏଥିରେ କୌଣସି ମୃତାହତ ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ବିସ୍ଫୋରଣ ଯୋଗୁ ଉକ୍ତ ବଗିରେ ଥିବା ଯାତ୍ରୀମାନେ ଅତ୍ୟତ ଭୟଭୀତ ହୋଇପଡ଼ିଥିଲେ। ବଗିରେ ଯାଞ୍ଚ ବେଳେ ଅଧା ଜଳିଯାଇଥିବା ଏକ ସନ୍ଦିଗ୍ଧ ଚିଠିକୁ ରେଲୱେ ପୋଲିସ ଜବତ କରିଛି। ସୁରକ୍ଷା ବଳ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି। କିପରି ଏବଂ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଛି ଓ ଏହା ପଛରେ କାହାର ହାତ ରହିଛି ସେ ସମ୍ପର୍କରେ ଜଣାପଡ଼ିନାହିଁ।
Popular Categories



